Cricket

ଆଇପିଏଲରେ ପୁଣି ଦମଦାର ଖେଳିଲେ ହାର୍ଦ୍ଦିକ: ପଏଣ୍ଟ ଟେବୁଲର ଟପକୁ ଉଠିଲା ଗୁଜୁରାଟ

ଗୁଜୁରାଟ : ପୁଣି ନିଜ କମାଲ ଦେଖାଇଲା ଗୁଜୁରାଟ ଟାଇଟନ୍ସ । ୪ ଥର ବିଜୟ ମୁକୁଟ ପିନ୍ଧିବା ପରେ ପଏଣ୍ଟ ଟେବୁଲରେ ଉପରକୁ ଉଠିଲା ଗୁଜୁରାଟ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗତ କାଲି ଆଇପିଏଲର ୨୪ ତମ ମ୍ୟାଚରେ ୩୭ ରନରେ ଗୁଜୁରାଟ ହରାଇଲା ରାଜସ୍ଥାନ ରୟାଲ୍ସକୁ । ଚଳିତ ସଂସ୍କରଣରେ ଗୁଜୁରାଟର ଏହା ପଞ୍ଚମ ମ୍ୟାଚରେ ଚତୁର୍ଥ ବିଜୟ । କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଦମଦାର ଖେଳ ଜାରି ରଖି ୮୭ ରନର ଇନିଂସ୍ କରିଛନ୍ତି ।

ଅଭିନବ ମନୋହର ୪୩ ଓ ଡେଭିଲ୍ ମିଲର୍ ୩୧ ରନର ଯୋଗଦାନ କରିଥିଲେ । ୧୯୩ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ୧୫୫ ରନ୍ କରିଥିଲା । ରାଜସ୍ଥାନ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୫୪ ରନ୍ କରିଥିଲେ । ଶିମରନ୍ ହେଟମେୟର୍ ୨୯, ରିୟାନ୍ ପରାଗ ୧୮ ଓ ଜେମ୍ସ ନିଶାମ ୧୭ ରନ୍ କରିଥିଲେ । ଗୁଜରାଟର ୟଶ ଦୟାଲ ଓ ଲକି ଫର୍ଗୁସନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Related posts

ଆଇସିସି ଦିନିକିଆ ମାନ୍ୟତାରେ ଭାରତ ୨ୟ ସ୍ଥାନ ଅଧିକାର କରିଛି

Odisha Sports Bureau

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୬୩ ରନର ଟାର୍ଗେଟ