Cricket

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଦିଲ୍ଲୀ : ଆଇପିଏଲ୍‌-୨୦୨୨ର ୩୪ତମ ମ୍ୟାଚ୍ ରୋମାଞ୍ଚକର ହୋଇଛି । ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରାଜସ୍ଥାନ ରୟାଲ୍ସ ୧୫ ରନ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ମାତ୍ର ୨ଟି ୱିକେଟ୍ ହରାଇ ୨୨୨ ରନ୍ କରିଥିଲା । ଜବାବରେ ଦିଲ୍ଲୀ ଟିମ୍ ୮ଟି ୱିକେଟ୍ ହରାଇ ୨୦୭ ରନ୍ କରିଥିଲା । ଏହି ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଖେଳାଯାଇଥିବାରୁ ରୋମାଞ୍ଚକର ଥିଲା ।

ରାଜସ୍ଥାନ ଟିମ୍‌ରେ ବିଜୟର ହିରୋ ଥିଲେ ଜୋସ୍ ବଟଲର । ସେ ୬୫ଟି ବଲ୍ ଖେଳି ୯ଟି ଚୌକା ଓ ୯ଟି ଛକା ବଳରେ ୧୧୬ ରନ୍ କରିଥିଲେ । ସବୁଠାରୁ ବଡ଼ କଥା ହେଲା ଯେ, ଓପନର ବଟଲର ଓ ପଡ୍ଡିକଲ ପ୍ରଥମ ୱିକେଟ୍ ପାଇଁ ୧୫୫ ରନ୍ ସଂଗ୍ରହ କରିଥିଲେ । ପଡ୍ଡିକଲ ୩୫ଟି ବଲ ଖେଳି ୫୪ ରନ୍ କରିଥିଲେ । ଏଥିରେ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ । ଅଧିନାୟକ ସଂଜୁ ସାମସନଙ୍କ ବ୍ୟାଟରୁ ଅପରାଜିତ ୪୬ ରନ୍ ମିଳିଥିଲା । ସେ ୫ଟି ଚୌକା ଓ ୩ଟି ଛକା ମାରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ୨୨୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଓପନର ପୃଥ୍ୱୀ ଶ’ ୩୭ ରନ୍ ଓ ଡେଭିଡ ୱାର୍ଣ୍ଣର ୨୮ ରନ୍ କରିଥିଲେ । ଅଧିନାୟକ ଋଷଭ ପନ୍ତ ୪୪ ରନ୍ ଲଲିତ ଯାଦବ ୩୭ ରନ୍ କରିଥିଲେ ।

Related posts

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟ

Odisha Sports Bureau

ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ଫାଇନାଲରେ