Cricket

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଦିଲ୍ଲୀ : ଆଇପିଏଲ୍‌-୨୦୨୨ର ୩୪ତମ ମ୍ୟାଚ୍ ରୋମାଞ୍ଚକର ହୋଇଛି । ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରାଜସ୍ଥାନ ରୟାଲ୍ସ ୧୫ ରନ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ମାତ୍ର ୨ଟି ୱିକେଟ୍ ହରାଇ ୨୨୨ ରନ୍ କରିଥିଲା । ଜବାବରେ ଦିଲ୍ଲୀ ଟିମ୍ ୮ଟି ୱିକେଟ୍ ହରାଇ ୨୦୭ ରନ୍ କରିଥିଲା । ଏହି ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଖେଳାଯାଇଥିବାରୁ ରୋମାଞ୍ଚକର ଥିଲା ।

ରାଜସ୍ଥାନ ଟିମ୍‌ରେ ବିଜୟର ହିରୋ ଥିଲେ ଜୋସ୍ ବଟଲର । ସେ ୬୫ଟି ବଲ୍ ଖେଳି ୯ଟି ଚୌକା ଓ ୯ଟି ଛକା ବଳରେ ୧୧୬ ରନ୍ କରିଥିଲେ । ସବୁଠାରୁ ବଡ଼ କଥା ହେଲା ଯେ, ଓପନର ବଟଲର ଓ ପଡ୍ଡିକଲ ପ୍ରଥମ ୱିକେଟ୍ ପାଇଁ ୧୫୫ ରନ୍ ସଂଗ୍ରହ କରିଥିଲେ । ପଡ୍ଡିକଲ ୩୫ଟି ବଲ ଖେଳି ୫୪ ରନ୍ କରିଥିଲେ । ଏଥିରେ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ । ଅଧିନାୟକ ସଂଜୁ ସାମସନଙ୍କ ବ୍ୟାଟରୁ ଅପରାଜିତ ୪୬ ରନ୍ ମିଳିଥିଲା । ସେ ୫ଟି ଚୌକା ଓ ୩ଟି ଛକା ମାରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ୨୨୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଓପନର ପୃଥ୍ୱୀ ଶ’ ୩୭ ରନ୍ ଓ ଡେଭିଡ ୱାର୍ଣ୍ଣର ୨୮ ରନ୍ କରିଥିଲେ । ଅଧିନାୟକ ଋଷଭ ପନ୍ତ ୪୪ ରନ୍ ଲଲିତ ଯାଦବ ୩୭ ରନ୍ କରିଥିଲେ ।

Related posts

ଆଇପିଏଲ ୨୦୨୪ରେ ପନ୍ତଙ୍କ ଖେଳିବା ସୁନିଶ୍ଚିତ

Odisha Sports Bureau

ବିଶ୍ୱକପରୁ ବାଦ ପରେ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା , ସୋସିଆଲ ମିଡିଆରେ କଲେ ପୋଷ୍ଟ

Odisha Sports Bureau

କୋଲକାତା ନାଇଟ୍ ରାଇଡର୍ସ ଠାରୁ ହାରିଯିବ କି ମୁମ୍ବାଇ ଇଣ୍ଡିଆନ୍ସ…

Odisha Sports Bureau