More Sports

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି

ଭୁବନେଶ୍ୱର: କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ନିଜ କମାଲ ଦେଖାଇଛନ୍ତି। ମହିଳା ୧୦୦ ମିଟରରେ ଲଗାତାର ସ୍ବର୍ଣ୍ଣ ଜିତିଥିବା ଏହି ଅଲିମ୍ପିଆନ୍‌ ୨୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି। ନିଜର ଏହି ସଫଳତା ପାଇଁ ଦୂତି ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୂର୍ବରୁ ୨୦୨୦ରେ ଓଡ଼ିଶାରେ ଅନୁଷ୍ଠିତ ପ୍ରଥମ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଦୂତି ସ୍ବର୍ଣ୍ଣିମ ସଫଳତା ଲାଭ କରିଥିଲେ। ସେଥର ଉଭୟ ୧୦୦ ଓ ୨୦୦ ମିଟରରେ ଦୂତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କିଟ୍‌ର ପ୍ରତିନିଧିତ୍ବ କରି ଦୂତି ଏଥର ମଧ୍ୟ ଦୁଇଟି ପଦକ ଜିତିବାର ଗୌରବ ଆଣିଛନ୍ତି।

Related posts

ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ ଅନୁଷ୍ଠିତ

Odisha Sports Bureau

ମାର୍ଚ୍ଚ ୨୯ରେ ଆଇପିଏଲ ମହାସମର

Odisha Sports Bureau

ସୁମ୍ମୋରଙ୍କ ଠାରୁ ଟ୍ରେନିଙ୍ଗ ନେବେ ମନିକା

Odisha Sports Bureau