Cricket

ଲିଭିଂଷ୍ଟୋନଙ୍କ ଛକାରେ ରଶିଦ ଘାଇଲା

ପଞ୍ଜାବ : ଗତ କାଲି ଥିଲା ଆଇପିଏଲରେ ମୁହାଁ ମୁହିଁ ହୋଇଥଲେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଦୁଇ ଦଳ ଭିତରେ ଚାଲିଥିଲା କଡା ଟକ୍କର । ହେଲେ ବାଜି ମାରି ନେଲା ପଞ୍ଜାବ କିଙ୍ଗସ । ଆଉ ୮ ୱିକେଟରେ ଜିତି ଗଲା ପଞ୍ଜାବ । ଏହି ବିଜୟ ମୁକୁଟ ସହ ଦଳ ପଞ୍ଚମ ବିଜୟ ହାସଲ କରିଛି । ପଞ୍ଜାବର ବିଜୟ ସହ ଗୁଜୁରାଟର ଏହା ଦ୍ୱିତୀୟ ପରାଜୟ ଥିଲା । ଅର୍ଦ୍ଧ ଶତକ ଲଗାଇ ଶିଖର ଧାୱନ ଥିଲେ ଏହି ମ୍ୟାଚର ହିରୋ । ହେଲେ ସମସ୍ତଙ୍କ ନଜର କିନ୍ତୁ ଥିଲା ଲିୟାମ ଲିଭଂଷ୍ଟୋନଙ୍କ ଉପରେ ରହିଥିଲା । କାରଣ ସେ ୧୦ ବଲରେ ୩୦ ରନ୍ ରେଥିଲେ । ଏହି ମ୍ୟାଚରେ ସେ ୨ ଚଉକା ସହ ୩ ଛକା ଲଗାଇଛନ୍ତି ।

ଚଳିତ ଆଇପିଏଲରେ ସବୁଠୁ ଲମ୍ବା ଛକା ଲଗାଇଥିଲେ ଲିଭଂଷ୍ଟୋନ । ସେ ୧୧୭ ମିଟର ଛକା ଲଗାଇ ଚର୍ଚ୍ଚାରେ ରହି ଆସିଛନ୍ତି । ଯାହା ଷ୍ଟାଡିଅମର ବାହାରେ ପଡିଥିଲା । କେବଳ ଏତିକି ନୁହେଁ ସେ ମୁମ୍ବାଇ ଇଣ୍ଡିଆନ୍ସର ଡି ବ୍ରେଭିସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ । ଏହି ମ୍ୟାଚରେ ୧୬ ଓଭରରେ ଛକା ଲଗାଇଥିଲେ ଲିଭଂଷ୍ଟୋନ । ଯାହା ଫଳରେ ରଶିଦ ଖାନ ଚକିତ ହୋଇ ଲିଭଂଷ୍ଟୋନଙ୍କ ବ୍ୟଟକୁ ଜାଞ୍ଚ କରିଥିବା ଦେଖିବାକୁ ମିଳିଥିଲା ।

Related posts

ପାକିସ୍ତାନକୁ ଲାଗିଛି ବଡ଼ ଝଟକା : ପୋକ୍ ଯାଇପାରିବନି ଚାମ୍ପିଅନ୍ସ ଟ୍ରଫି

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା

Odisha Sports Bureau

ବାଧକ ସାଜିଲା ବର୍ଷା, ଆଜି ଖେଳାଯିବ ଆଇପିଏଲ୍ ଫାଇନାଲ୍

Odisha Sports Bureau