Cricket

ବାରବାଟୀ ମହାମୁକାବିଲା: ୧୦୦ ପ୍ରତିଶତ କ୍ଷମତାରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦

କଟକ: ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ୍ । ଶତ ପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ଖେଳ ଦେଖିବେ ଦର୍ଶକ । ଶତ ପ୍ରତିଶତ ଦର୍ଶକୀୟ କ୍ଷମତାକୁ ଅନୁମତି ଦେଲା ବିସିସିଆଇ । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ।ସେପଟେ ବାରବାଟୀର ହେବ ନବକଳେବର ।

ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ । ମ୍ୟାଚକୁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଷ୍ଟାଡ଼ିୟମରେ ସମସ୍ତ ପ୍ରସ୍ତୁତି ଆଗେଇ ଆଗେଇ ଚାଲିଛି ।

ଅନ୍ୟପକ୍ଷେ ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଥିବାରୁ ଦର୍ଶକମାନେ ମ୍ୟାଚ୍ ଦେଖିବାକୁ ଉତ୍ସାହିତ ଅଛନ୍ତି । ଆଉ ଏପରି ସ୍ଥିତିରେ ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଆୟୋଜନ ହେଲେ ଅଧିକ ସଂଖ୍ୟାରେ ଦର୍ଶକ ମ୍ୟାଚ୍ ଦେଖିବାରେ ସକ୍ଷମ ହେବେ ।ବହୁ ଆଗରୁ ପଡିଆର ଆଉଟ ଫିଲ୍ଡ ଓ ଫ୍ଲଡ ଲାଇଟ କାମକୁ ଶେଷ କରାଯାଇଥିବା ବେଳେ ଏବେ ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।

Related posts

ଦ୍ୱିତୀୟ ଦିନିକିଆରେ ଭାରତର ୫୦୦ ତମ ବିଜୟ

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau

ଆସିଲାଣି ଡାକରା, ଆଇପିଏଲ୍ ଅଧାରୁ ନିଜ ଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି

Odisha Sports Bureau