Cricket

ଆସିଲାଣି ଡାକରା, ଆଇପିଏଲ୍ ଅଧାରୁ ନିଜ ଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି

ଆଇପିଏଲ୍ ଅଧାରୁ ନିଜ ଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି | ଅଧାରୁ ଭାରତର ବିଭିନ୍ନ  ଆଇପିଏଲ ଦଳରୁ ଓହରି ନିଜ ଦେଶ ଫେରିଯିବେ ଏହି ଖେଳାଳି | ତେବେ କାହିଁକି, ଏମିତି କଣ କାରଣ ଆସିଲା ଯେ, ଆଇପିଏଲକୁ ଅଧାରୁ ବାଏ ବାଏ କରିବେ ଇଂଲଣ୍ଡ ଖେଳାଳି |

ତେବେ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ମେ ୨୨ରୁ ଆରମ୍ଭ ହେବ। ଏହି ସମୟରେ, ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ନିକଟରେ ଘୋଷଣା କରିଛି ଯେ, ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଇଂଲଣ୍ଡ ଖେଳାଳି ଉପଲବ୍ଧ ହେବେ ନାହିଁ। ଇସିବି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଦଳରେ ମନୋନୀତ ହୋଇଥିବା ଖେଳାଳିମାନେ ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡକୁ ଫେରିବେ।

ଏହାର ଅର୍ଥ ହେଉଛି ଯଦି ଜୋସ ବଟଲର୍‌ (ରାଜସ୍ଥାନ ରୟାଲ୍ସ), ଫିଲ ସଲ୍ଟ (କୋଲକାତା ନାଇଟ ରାଇଡର୍ସ), ମୋଏନ ଅଲି (ଚେନ୍ନାଇ ସୁପର କିଙ୍ଗ୍ସ), ସାମ କୁରାନ (ପଞ୍ଜାବ କିଙ୍ଗସ), ଜନି ବେୟାରଷ୍ଟୋ (ପଞ୍ଜାବ କିଙ୍ଗସ), ୱିଲ ଜ୍ୟାକ୍ସ (ଆରସିବି) ଏବଂ ରିସ୍‌ ଟୋପଲି ଯଦି ଟୋପଲି (ଆରସିବି) ଦଳ ପ୍ଲେ ଅଫ ରେ ପହଞ୍ଚେ, ତେବେ ଏହି ଖେଳାଳିମାନେ ନକଆଉଟ ମ୍ୟାଚକ୍‌ର ଅଂଶ ହୋଇପାରିବେ ନାହିଁ।

ପଏଣ୍ଟ ଟେବୁଲ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ବଟଲର ଆରଆରକୁ ବହୁତ ସାହାଯ୍ୟ କରିଛନ୍ତି। ସେ ୨ ଶତକ  ସମେତ ୮ଟି ମ୍ୟାଚରେ ୩୧୯ ରନ ସଂଗ୍ରହ କରିଛନ୍ତି। ଫିଲ ସଲ୍ଟ କେକେଆର୍‌ ପାଇଁ ୯ଟି ମ୍ୟାଚ ରେ ୩୯୨ ରନ ସ୍କୋର କରିଛନ୍ତି । ଜୋସ ବଟଲର ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଅଧିନାୟକ ହେବେ। ଜୋଫ୍ରା ଆର୍ଚର ମଧ୍ୟ ଏହି ଦଳରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଯିଏ ଆଘାତ କାରଣରୁ ଆଇପିଏଲ ୨୦୨୪ର ଅଂଶ ହୋଇପାରି ନ ଥିଲେ।

Related posts

୨୨୦ ନ୍ୟୁଜିଲାଣ୍ଡ ପାଇଁ ବିଜୟର ଲକ୍ଷ୍ୟ

Odisha Sports Bureau

ଅଭ୍ୟାସ ବେଳେ ରୋହିତ ଶର୍ମା ଆହତ

Odisha Sports Bureau

ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ, ପ୍ଲେଇଂ-୧୧ରେ ବଡ଼ ପରିବର୍ତ୍ତନ

Odisha Sports Bureau