Football

ତାଳଚେର ଥର୍ମାଲ ଏନ. ଟି. ପି. ସି. ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣା ମେଣ୍ଟଅନୁଷ୍ଠିତ

ତାଳଚେର / ଉତ୍ତମ  ଦାସ:  ସମ୍ପ୍ରତି ତାଳଚେର ଥର୍ମାଲ ଠାରେ ଏନ. ଟି.ପି. ସି. ତରଫରୁ ପାର୍ଶ୍ୱ ବର୍ତ୍ତୀ ଗ୍ରାମାଞ୍ଚଳ ର ଯୁବକ ମାନଙ୍କୁ ନେଇ ଏକ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣା ମେଣ୍ଟ ରେ  ସ୍ଥାନୀୟ ତଥା ଜିଲ୍ଲା ସ୍ତରରୁ ଖେଳାଳି ମାନେ ଯୋଗ ଦେଇ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚକୁ ଉଦଘାଟନ କରି କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀ ଗୌତମ ଦେବ ଏନ. ଟି.ପି. ସି.ର ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଯୁବା ବର୍ଗ ଙ୍କୁ ଖେଳ ରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ମାର୍ଗ ଦର୍ଶନ କରୁଥିବା କହିଥିଲେ।  ସନ୍ଥପଡା ଓ ଛେଣ୍ଡିପଦା ର ଟିମ ଶୀର୍ଷରେ ରହିଥିବାବେଳେ  ଓ ଅନ୍ୟସମସ୍ତ ଦଳ ଉତ୍ସାହ ସହ ଖେଳିଥିଲେ।  ସମସ୍ତ ଖେଳାଳି ମାନଙ୍କୁ ଜର୍ସି ପ୍ରଦାନ କରା ଯିବା ସହ ଗ୍ରାମାଞ୍ଚଳ ଟିମ ମାନଙ୍କୁ ନେଟ, ବଲ ଓ ଅନ୍ୟ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ମ୍ୟାଚ ସମୟରେ ସ୍ଥାନୀୟ ସରପଞ୍ଚ ଓ ବହୁ ଦର୍ଶକ ଏହାକୁ ଉପଭୋଗ କରିଥିଲେ। ଶେଷରେ ଏହି ମ୍ୟାଚରୁ ଜିଲ୍ଲା ଓ ରାଜ୍ୟ ସ୍ତରକୁ ଖେଳାଳି ଚୟନ କରାଯାଇଥିଲା l

Related posts

ସୁଜିତ ମେମୋରିଆଲ ଫୁଟବଲ୍ ଟୁର୍ନାମେଣ୍ଟରେ ସୁଜିତ ଏଫସି କ୍ଲବ ଚମ୍ପିୟାନ, ୧/୦ ଗୋଲରେ ବିଜୟୀ

Odisha Sports Bureau

ଯଦି ଆମେରିକା ଫିଫା ବିଶ୍ୱକପ୍ ଜିତିଯାଏ, ତେବେ ଚନ୍ଦ୍ରରେ ଫୁଟବଲ୍ ଖେଳାଯିବ!

FIFA World Cup 2026 : ଆର୍ଜେଣ୍ଟିନା ବିଜୟ, ସେମିରେ ଇଂଲଣ୍ଡ ସହ ମୁକାବିଲା