Cricket

ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଲେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ

ନୂଆଦିଲ୍ଳୀ: ଆଇପିଏଲ ମଝିରେ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଲାଗିଛି ବଡ ଝଟକା । ଏହାରି ଭିତରେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ ସୁପରଜିଆଣ୍ଟଓ ଛାଡିଛନ୍ତି । କୁହାଯାଉଛି ୱିଲେଙ୍କୁ ଲକ୍ଷ୍ନୌ ୨ କୋଟିରେ କିଣିଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ଫେରାଇ ନେଇଛନ୍ତି । ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମେଟ ହେନରୀ ଟିମରେ ସାମିଲ ହୋଇଛନ୍ତି । ତେବେ ହେନରୀଙ୍କୁ ସୁପରଜିଆଣ୍ଟଓ ୧.୨୫ କୋଟି ଟଙ୍କାରେ କିଣିଥିଲା ଟିମ । ଆଇପିଏଲ ମିଡିଆ ଆଡଭାଇଜରୀ ଜାରୀ କରି କହିଛି କି , ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମେଟ ହେନରୀ ଆଇପିଏଲ ୨୦୨୪ ପାଇଁ ଲକ୍ଷ୍ନୌ ସୁପରଜିଆଣ୍ଟଓ ସହିତ ରହିବେ । ହେନରୀ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେଙ୍କ ସ୍ଥାନରେ ରହିବେ । ବ୍ୟକ୍ତିଗତ କାରଣ ରୁ ୱିଲେ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ଫେରାଇ ନେଇଛନ୍ତି । ହେନେରୀ ୧.୨୫ କୋଟି ଟଙ୍କା ବେସ ପ୍ରାଇସରେ ଟିମରେ ଜଏନ କରିଛନ୍ତି । ତେବେ କୁହାଯାଉଛି ହେନରୀ ପୂର୍ବରୁ ଆଇପିଏଲରେ ଖେଳିସାରିଛନ୍ତି । ହେନରୀ ଆଇପିଏଲରେ ୨ଟି ମ୍ୟାଚ ଖେଳିଛନ୍ତି । ସେ ୨୦୧୭ରେ ପଞ୍ଜାବ କିଙ୍ଗସ ତରଫରୁ ଖେଳିଥିଲେ । ସେ ଅନ୍ତରାଷ୍ଟ୍ରୀୟ କ୍ୟାରିଆରରେ ୨୫ ଟି ଟେଷ୍ଟ, ୮୨ ଟି ଦିନିକିଆ ଏବଂ ୧୭ ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।

Related posts

ରଣ୍‌ଜୀ ମ୍ୟାଚ୍‌: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ

Odisha Sports Bureau

ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ମହା ମୁକାବିଲା

Odisha Sports Bureau

ଦ୍ୱିତୀୟ ବିଦେଶୀ କ୍ରିକେଟର ଭାବେ ୪୦୦୦ ରନ ପୂରଣ କଲେ: ଗେଲ

Odisha Sports Bureau