ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ହେବ ବିଗ ଫାଇଟ୍ । ଆଇପିଏଲର ୧୭ ତମ ସଂସ୍କରଣରେ ଖେଳାଯିବ ଲିଗ ମୁକାବିଲା । ଆଇପିଏଲର ୧୦ମ ମ୍ୟାଚରେ ମୁହାଁ ମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ କେଲକାତା ନାଇଟ ରାଇଡର୍ସ । ତେବେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବ୍ରାଦକୁ ହରାଇ ମନବଳ ଦୃଢ ରଖିଥିବା ବେଳେ ଘରୋଇ ମାଟିରେ ଜିତିବାର ଆସା ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ତେବେ ଆଜିର ଏହି ବିଗ ଫାଇଟ ଦେଖିବା ପାଇଁ କ୍ରିଡା ପ୍ରେମି ଉତ୍ସାହିତ ରହିଛନ୍ତି । ବିଶେଷ କରି ଏହି ମ୍ୟଚ ଜରିଆରେ ବିରାଟ କୋହଲି ଓ ଗୌତମ ଗମ୍ଭୀର ସାମ୍ନା ସାମ୍ନି ହେବାକୁ ଯାଉଥିବାରୁ ଦର୍ଶକଙ୍କ ମନରେ ଉକ୍ରଣ୍ଠା ରହିଛି । ତେବେ ଗମ୍ଭୀର ଅବସର ନେଇ ସାରିଥିଲେ ମଧ୍ୟ ସେ କେଲକାତା ନାଇଟ ରାଇଡର୍ସ ଦଳରେ ନିଯୁକ୍ତ ରହିଛନ୍ତି ।
କୁହାଯାଉଛି ଉଭୟ ଦଳ ପୁରା ଫମରେ ଅଛନ୍ତି । ପୂର୍ବ ରେକର୍ଡକୁ ଗଣନା କଲେ ନାଇଟ ରାଇର୍ଡସର ପଲା ଭାରି ରହିବ । ସୂଚନା ଅନୁଯାୟୀ , ଗତ ୧୬ ଟି ସଂସ୍କରଣ ମଧ୍ୟରେ ଉଭୟ ଦଳ ପରସ୍ପରକୁ ୩୨ ଥର ଭିଟିଛନ୍ତି ।ସେଥିରୁ ନାଇଟ ରାଇଡର୍ସ ୧୮ଟି ମ୍ୟାଚ ଜିତିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ ଜିତିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏଥର ରୟାଲ ଚ୍ୟାଲେଞ୍ଜର୍ସ ବେଶ ସନ୍ତୁଳିତ ମନେ ହେଉଛି । ଫାଫ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଉପରେ ଦଳ ନିର୍ଭର କରୁନାହିଁ କାରଣ ମଧ୍ୟ କ୍ରମରେ କାମରନ ଗ୍ରୀନ ଓ ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳି ରହିଛନ୍ତି । ଏମାନେ ଏକୁଟିଆ ମ୍ୟାଚ ଜିତାଇବାର କ୍ଷମତା ରଖିଛନ୍ତି ।
ପ୍ରଥମ ୨ଟି ଯାକ ମ୍ୟାଚରେ ଅନୁଜ ରାୱତ ଓ ମହିପାଲ ଲୋମରର ଚମତ୍କାର ପ୍ରଦର୍ଶନ କରିଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷରେ ମହିପାଲଙ୍କ ଦ୍ରୂତ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବିଜୟ ହାସଲ କରିଥିଲା । ମହମ୍ମଦ ସିରାଜ ଓ ଅଲଜାରୀ ଜୋଶେଫ ପେସ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ତେଣୁ ନାଇଟ ରାଇଡର୍ସ ପ୍ରଥମ ମ୍ୟାଚରେ ସନରାଇଜର୍ସକୁ ହରାଇଥିଲା ।
previous post