Cricket

ଭାଇରାଲ ହେଉଛି ଧୋନୀ ଓ ବେବି ମାଲିଙ୍ଗାଙ୍କ ଭିଡିଓ

ନୂଆଦିଲ୍ଲୀ: ଚାଲିଛି ଫଟାପଟ କ୍ରିକେଟ । ପ୍ରତିଟି ମ୍ୟାଚ ଜବରଦସ୍ତ । ପ୍ରତି ଦିନ ନୂଆ ନୂଆ ରେକର୍ଡ । ସୋସିଆଲ ମିଡିଆରେ ବି ହଲଚଲ । ଉତ୍ସାହୀତ ଫ୍ୟାନ୍ସ ମୌଦାନରେ ଜମୁଛି ରନ ବର୍ଷା । ତେବେ ଏବେ ସୋସିଆଲ ମିଡିଆରେ ଭାଇରାଲ ଧୋନୀ ଓ ବେବି ମାଲିଙ୍ଗାଙ୍କ ଭିଡିଓ ।
ଶ୍ରୀଲଙ୍କାର ବୋଲର ମଥିଶା ମଥିଶା ପଥିରାନା । ଚେନ୍ନାଇ ସୁପରକିଙ୍ଗ୍ସର ଷ୍ଟାର ବୋଲର । ପୂର୍ବ ମ୍ୟାଚରେ ଆଘାତ କାରଣରୁ ଖେଳିପାରିନଥିଲେ ପଥିରାନା । ହେଲେ ଗୁଜୁରାଟ ବିପକ୍ଷ ମ୍ୟାଚରେ ମଥିଶା ସାମିଲ ହୋଇଥିଲେ ଟିମରେ । ତେବେ ଏହି ମ୍ୟାଚର ଭିଡିଓ ଏବେ ବେଶ ହଟ ଟପିକ ପାଲଟିଛି । କହିବାକୁ ଗଲେ ଭିଡିଓରେ ପଥିରାନା ଧୋନୀଙ୍କ ପାଦ ଛୁଇଁ ଆଶିର୍ବାଦ ନେଉଥିବା ଦେଖିବାକୁ ମିଳିଛି । ତେବେ ପ୍ରକୃତରେ ଏହି ଘଟଣା କଣ ଜଣାନାହିଁ । କିନ୍ତୁ ଲୋକେ କହୁଛନ୍ତି ସେ କୁଆଡେ ଧୋନୀଙ୍କ ଆଶୀର୍ବାଦ ନେଉଛନ୍ତି ।
ସୂଚନା ଅନୁଯାୟୀ, ପଥିରାନା ନିଜ ବୋଲିଂ ରନ ଅପ ସେଟ କରିବାକୁ ହ୍ୱାଇଟ ମାର୍କର ହଟାଉଥିଲେ । ଯାହା କ୍ୟାମେରାରେ କଏଦ ହୋଇଛି । ପରେ ସେ ଏହାକୁ ହଟାଇ ଫୋପାଡିଦେଇଥିଲେ । ତେବେ ଏହି ମାହି ସମୟରେ ସେଠାରେ ଉପସ୍ଥିତ ଥିଲେ । ଆଉ ଏହି ସମୟରେ କ୍ୟାମେରା ମୁଭ କରିଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଏମିତି ବି ଚର୍ଚ୍ଚା ହେଲାକି ପଥିରାନ ଛୁଇଁଲେ ମାହୀଙ୍କ ପାଦ ।

Related posts

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ

Odisha Sports Bureau

ରାଜକୋଟରେ ଦକ୍ଷିଣ ଅଫ୍ରିକାକୁ ହରାଇଲା ଭାରତ ‘ଏ’ ଦଳ

Odisha Sports Bureau

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ

Odisha Sports Bureau