Hockey

ଏସିଆ କପ ହକି ପ୍ରତିଯୋଗିତା: ଭାରତ ପାକିସ୍ତାନ ଠାରୁ ୦-୧ ଗୋଲରେ ଆଗୁଆ

ଭୁବନେଶ୍ୱର: ଆଜିଠୁ ଏରିନାରେ ହେବ ଏସିଆ କପ ହକି ପ୍ରତିଯୋଗିତା । ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି ।ତେବେ ମ୍ୟାଚରେ ଭାରତ ପାକିସ୍ତାନ ଠାରୁ ୦-୧ ଗୋଲରେ ଆଗୁଆ ରହିଛି । ଏହି ହାଇଭୋଲଟେଜ ମ୍ୟାଚକୁ ହକିପ୍ରେମୀ ଚାହିଁ ବସିଥିଲେ । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଟିମର ନେତୃତ୍ୱ ନେଉଛନ୍ତି । ଭାରତ ଏବଂ ପାକିସ୍ତାନ ବ୍ୟତୀତ ପ୍ରଥମ ଦିନରେ ଓମାନ ଏବଂ ମାଲେସିଆ ମଧ୍ୟ ମୁହାଁମୁହିଁ ହେବେ । ଭାରତୀୟ ସମୟ ଅନୁଯାୟୀ ଭାରତ-ପାକିସ୍ତାନ ମ୍ୟାଚ୍ ଅପରାହ୍ନ ୫ ଟାରୁ ଆରମ୍ଭ ହୋଇଛି ।

ପାକିସ୍ତାନ ପରେ ଭାରତ ସେ ୨୪ରେ ଜାପାନ ଏବଂ ପରେ ମେ ୨୬ରେ ଆୟୋଜକ ଇଣ୍ଡୋନେସିଆକୁ ଭେଟିବ । ଭାରତ ଏବଂ ପାକିସ୍ତାନ ଶେଷ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୧ରେ ଖେଳିଥିଲେ ଯେଉଁଥିରେ ଭାରତ ୪-୩ରେ ଜିତି ବ୍ରୋଞ୍ଜ ପଦକ ଜିତିଥିଲା ​​| ଗତ ସଂସ୍କରଣରେ ଫାଇନାଲରେ ମାଲେସିଆକୁ ହରାଇ ଭାରତ ବିଜେତା ହୋଇଥିଲା । ଉଭୟ ଭାରତ ଓ ପାକିସ୍ତାନ ୩ ଥର ଲେଖାଏଁ ଏହି ପ୍ରତିଯୋଗିତା ଜିତିଛନ୍ତି ।

ମ୍ୟାଚ ପୂର୍ବରୁ ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ, ପାକିସ୍ତାନ ବିପକ୍ଷ ମ୍ୟାଚରେ ସବୁବେଳେ ଚାପ ରହିଥାଏ । ଆମେ ଆମର ଶ୍ରେଷ୍ଠ ପଦର୍ଶନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ବୀରେନ୍ଦ୍ର ଲାକ୍ରା । କନିଷ୍ଠ ଖେଳାଳିଙ୍କ ପାଇଁ ଏହା ନିଆରା ଅଭିଜ୍ଞତା ହେବେ । ଉଭୟ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି ।

Related posts

ପୁରୁଷ ହକି ବିଶ୍ୱ କପରେ ଆଜି ଦୁଇଟି ଶେଷ କ୍ରସ ଓଭର ମ୍ୟାଚ୍

Odisha Sports Bureau

ହକି ବିଶ୍ୱ କପରେ ଦୁଇ ଓଡିଆ ଖେଳାଳି

Odisha Sports Bureau

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

Odisha Sports Bureau