Cricket

ପ୍ରଥମ ଥର ପାଇଁ ଜୁନ ମାସରେ ଖେଳାଯିବ ବାରବାଟୀ ମ୍ୟାଚ

କଟକ : ଆଉ ଆଠ ଦିନ ପରେ ବାରବାଟୀ ଷ୍ଟାଡିୟମରେ ଖେଳ ଯିବ ଟି – ୨୦। ଆଉ ଏହି ମ୍ୟାଚକୁ ଦେଖିବା ପାଇଁ ରାଜ୍ୟବାସୀ ବେଶ ଉତ୍ସୁକ ଅଛନ୍ତି । ସବୁଠୁ ବଡ କଥା ହେଉଛି ପ୍ରଥମ ଥର ପାଇଁ ଜୁନ୍‌ ମାସରେ ବାରବାଟୀରେ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଯେତେଥର ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଛି, ସେସବୁ ଅକ୍ଟୋବରରୁ ଫେବ୍ରୁଆରି ମାସ ମଧ୍ୟରେ ଖେଳାଯାଇଛି। ସାଧାରଣତଃ ଏହି ସମୟରେ ଶୀତ ପଡୁଥିବାରୁ ଖେଳ ପାଇଁ ଉପଯୁକ୍ତ ସମୟ ହୋଇଥାଏ। ଖରାଦିନେ କିମ୍ବା ବର୍ଷା ଦିନରେ ବାରବାଟୀରେ କୌଣସି ମ୍ୟାଚ୍‌ ହୋଇନାହିଁ। କିନ୍ତୁ ଜୁନ୍‌ ମାସରେ ବାରବାଟୀରେ ମ୍ୟାଚରେ ବର୍ଷାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଛି। କାରଣ ଦୁଇଥର ବର୍ଷା ଯୋଗୁଁ ଖେଳ ନହୋଇପାରିବା ଘଟଣା ମଧ୍ୟ ଘଟିଛି। ଆଉ ଚଳିତ ବର୍ଷ ମୌସୁମି ପହଞ୍ଚିବା ସମୟ ବେଳକୁ ବାରବାଟୀରେ ମ୍ୟାଚ୍‌ ଆୟୋଜନ କରାଯାଉଛି। କିନ୍ତୁ ବର୍ଷାକୁ ନେଇ ଓସିଏ କର୍ତ୍ତୃପକ୍ଷ ଭୟଭୀତ ନୁହଁନ୍ତି। ହେଲେ ପାଣିପାଗକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଥବା ଦଳ ହେଉଛି ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆ ତିନିଥର ବାରବାଟୀରେ ଖେଳିବାକୁ ଆସିଥିଲେ ହେଁ ଦୁଇଥର ବର୍ଷା ଯୋଗୁଁ ବଲ୍‌ ପଡ଼ିପାରିନଥିଲା। ତେବେ ଚଳିତ ବର୍ଷ ମ୍ୟାଚ ପାଇଁ ଓସିଏ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ହେବାରେ ଲାଗିଲେଣି । ଏଣୁ ପଡ଼ିଆ ଘୋଡ଼ାଇବାକୁ କଭର ଆସୁଥିଲା ବେଳେ ସୁପର ସପର ପାଣି ଶୁଖାଇବାରେ ସହାୟତା କରିବ। କିପରି ବର୍ଷା ହେଲେ ବି ଖେଳରେ କୋୖଣସି ବାଧା ନ ହୁଏ ସେଥିପ୍ରତି ପୁରା ପ୍ରସ୍ତୁତି ଚାଲିଛି ।

Related posts

ପଞ୍ଜାବ ପାଇଁ ବଡ ପରୀକ୍ଷା, ଯଦି ଆଜି ହାରିଯାଆନ୍ତି, ତେବେ MS ଧୋନିଙ୍କ ସମକକ୍ଷ ହୋଇପାରିବେ ନାହିଁ

RCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …

ବିଶ୍ୱକପରେ ଭିଭିଆଇପିଙ୍କ ଭିଡ : ଅବତରଣ କରିବ ୧୦୦ ଜେଟ୍

Odisha Sports Bureau