Cricket

ବାରବାଟୀ ଅଭିମୁଖେ ଖେଳାଳି

ଭୁବନେଶ୍ୱର: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଲାଗି ଦୁଇଟି ଟିମର ଖେଳାଳିମାନେ ସ୍ୱତନ୍ତ୍ର ବସ୍ ଯୋଗେ କଡା ସୁରକ୍ଷା ମଧ୍ୟରେ ହୋଟେଲ ମେଫେୟାରରୁ ବାହାରିଛନ୍ତି । ତେବେ ଖେଳାଳିଙ୍କ ବସ ଯେଉଁ ରୁଟ୍ ଦେଇ ଯିବ ସେହି ରୁଟ୍କୁ ସିଲ୍ କରାଯାଇଛି । ସେପଟେ ବାରବାଟୀ ଷ୍ଟାଣ୍ଡିୟମରେ ଖେଳାଳିଙ୍କୁ ସ୍ୱାଗତ ଲାଗି ପୁଲିସ ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦର୍ଶକ ତଥା କ୍ରିକେଟ୍ ପ୍ରେମୀଙ୍କ ଟିକେଟ୍ ଯାଞ୍ଚ କରାଯାଇ ଭିତରକୁ ଛଡାଯାଉଛି । ମ୍ୟାଚଟି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ । କମିଶନରେଟ୍ ପୁଲିସ ପକ୍ଷରୁ ଉଭୟ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କ୍ରିକେଟ୍ ପ୍ରେମୀମାନେ ଭାରତ ସମ୍ପୃକ୍ତ ମ୍ୟାଚ୍ରେ ଜିତିବ ବୋଲି ବହୁତ ଆଶାବାଦୀ ରହିଛନ୍ତି ।

Related posts

ଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳ

Odisha Sports Bureau

ବୁମରାହ ଆଣ୍ଡରସନଙ୍କ ଭିତରେ ବାକଯୁଦ୍ଧ

Odisha Sports Bureau

ଅଷ୍ଟ୍ରେଲିଆ ଭାରତକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି, ପଏଣ୍ଟ ଟେବୁଲରେ ପାକିସ୍ତାନ କେଉଁ ସଂଖ୍ୟାରେ ଅଛି ?

Odisha Sports Bureau