Cricket

ମୁମ୍ବାଇକୁ ହରାଇ ମଧ୍ୟପ୍ରଦେଶ ନୂଆ ରଣଜୀ ଚାମ୍ପିଅନ

ଭୁବନେଶ୍ୱର: ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମୁମ୍ବାଇ ଦ୍ୱାରା କରାଯାଇଥିବା ୧୦୮ ରନର ଲକ୍ଷ୍ୟକୁ ମଧ୍ୟପ୍ରଦେଶ ୪ ଓ୍ବିକେଟ ହରାଇ ହାସଲ କରିବା ସହ ଫାଇନାଲ ମୁକାବିଲାରେ ୬ ୱିକେଟରେ ହରାଇ ପ୍ରଥମ ଥର ଟାଇଟଲ କବଜା କରିଛି । ମ୍ୟାଚର ଶେଷ ଦିନରେ ମୁମ୍ୱାଇ ମଧ୍ୟ ପ୍ରଦେଶ ଆଗରେ ୧୦୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ମଧ୍ୟ ପ୍ରଦେଶ ଟିମ୍ ଏହି ବିଜୟ ଲକ୍ଷ୍ୟକୁ ୨୯.୫ ଓଭରରେ ହାସଲ କରିଛି । ମଧ୍ୟ ପ୍ରଦେଶର ଏହି ବିଜୟର ନାୟକ ହୋଇଛନ୍ତି ୟଶ ଦୁବେ, ଶୁଭମ ଶର୍ମା ଏବଂ ରଜତ ପାଟିଦାର। ପ୍ରଥମ ଇନିଂସରେ ଏମାନେ ଶତକ ହାସଲ କରି ଟିମକୁ ମଜବୁତ କରିଥିଲେ। ଏହି ଐତିହାସିତ ବିଜୟ ସହ ମଧ୍ୟ ପ୍ରଦେଶର ୬୭ ବର୍ଷର ଅପେକ୍ଷର ଅନ୍ତ ହୋଇଛି। ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ ୱିକେଟରେ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି।

ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁମ୍ୱାଇ ସରଫରାଜ ଖାନଙ୍କ ଶତକ ବଳରେ ୩୭୪ ରନ କରିଥିଲା। ଅନ୍ୟପଟେ ମଧ୍ୟ ପ୍ରଦେଶ ପ୍ରଥମ ଇନିଂସରେ ୫୩୬ ରନ ବୋର୍ଡରେ ଲଗାଇ ୧୬୨ର ଲିଡ୍ ହାସଲ କରି ମ୍ୟାଚରେ ନିଜ ସ୍ଥିତିକୁ ଅଧିକ ମଜବୁତ କରିଥିଲା। ମଧ୍ୟ ପ୍ରଦେଶ ପାଇଁ ୟଶ ଦୁବେ, ଶୁଭମ ଶର୍ମା ଏବଂ ରଜତ ପାଟିଦାର ଶତକ ହାସଲ କରିଥିଲେ। ପ୍ରଥମ ଇନିଂସରେ ପଛରେ ରହିବା ପରେ ମୁମ୍ୱାଇ ଆଉ ମ୍ୟାଚକୁ ଫେରି ପାରି ନଥିଲା। ନିୟମ ଅନୁସାରେ ଯଦି ପଞ୍ଚମ ଦିନ ସୁଦ୍ଧା ଫାଇନାଲ ମ୍ୟାଚର ରେଜଲ୍ଟ ନ ଆସେ ତେବେ ପ୍ରଥମ ଇନିଂସର ରନରେ ଆଗୁଆ ଥିବା ବିଜେତା ଘୋଷିତ ହୋଇଥାଏ ।

ମଧ୍ୟପ୍ରଦେଶର ଦ୍ୱିତୀୟ ଇନିଂସରେ ଓପନର୍ ହିମାଂଶୁ ମନ୍ତ୍ରୀ ୩୭ ରନ୍ ସଂଗ୍ରହ କରିଥିବାବେଳେ ଶୁଭମ୍ ଶର୍ମା ୩୦ ରନ୍ କରିବା ପରେ ଆଉଟ୍ ହୋଇଥିଲେ।ପ୍ରଥମ ଇନିଂସର ଶତକ ହାସଲକାରୀ ରଜତ ପାଟିଦାର ୩୦ ରନ୍ କରି ଅପରାଜିତ ରହିଥିଲେ । ମୁମ୍ବାଇ ପାଇଁ ଦ୍ୱିତୀୟ ଇନିଂସରେ ଧୱଲ କୁଲକର୍ଣ୍ଣି ଗୋଟିଏ ୱିକେଟ୍ ନେଇଥିବାବେଳେ ଶ୍ୟାମ ମୁଲାନି ତିନିଟି ୱିକେଟ୍ ନେଇଥିଲେ।ତେବେ ଭଲ ସ୍କୋର କରିବା ଲକ୍ଷ ନେଇ ପଡ଼ିଆକୁ ଓଲ୍ହାଇଥିବା ମଧ୍ୟପ୍ରଦେଶର ଆରମ୍ଭ ଭଲ ହୋଇନଥିଲା। ଦଳୀୟ ସ୍କୋର ୨ ରନ୍ ଥିବା ବେଳେ ଧୱଲ କୁଲକର୍ଣ୍ଣି ୟଶ ଦୁବେଙ୍କୁ ଆଉଟ୍ କରିଦେଇଥିଲେ ।

ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ୟଶ୍ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ହିମାଂଶୁ ମନ୍ତ୍ରୀ 37 ରନ୍ ସ୍କୋର କରିବା ପରେ ପ୍ୟାଭିଲିୟନକୁ ଫେରିଥିଲେ | ହିମାଂଶୁ ତାଙ୍କ ଇନିଂସରେ ୪ଟି ଚୌକା ମାରିଥିଲେ।ତେବେ ମଧ୍ୟପ୍ରଦେଶ ଶେଷଥର ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଅଧିନାୟକତ୍ୱରେ ୧୯୯୮-୯୯ ସିଜନରେ ରଣଜୀ ଟ୍ରଫି ଫାଇନାଲ ଖେଳିଥିଲା ​​| ତେବେ କର୍ଣ୍ଣାଟକ ଠାରୁ ହାରି ମଧ୍ୟପ୍ରଦେଶ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ଏବେ କୋଚ୍ ଭାବେ ଚନ୍ଦ୍ରକାନ୍ତ ପଣ୍ଡିତ ମଧ୍ୟପ୍ରଦେଶକୁ ଚାମ୍ପିୟନ କରାଇଛନ୍ତି।

Related posts

ଅଷ୍ଟ୍ରେଲିଆ ବିରୋଧରେ ଅଶ୍ୱିନଙ୍କ ନୂଆ ରଣନୀତି

Odisha Sports Bureau

ମହମ୍ମଦ ଶାମିଙ୍କୁ ଆଶ୍ୱସ୍ତି

Odisha Sports Bureau

ଅଷ୍ଟ୍ରେଲିଆର ଖରାପ ପ୍ରଦର୍ଶନ୨୩୬/୬

Odisha Sports Bureau