Cricket

କ୍ରିକେଟକୁ ଅଲବିଦା କଲେ ମୋର୍ଗାନ

ଲଣ୍ଡନ : ୨୦୧୯ ବିଶ୍ୱକପ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡକୁ ବିଜୟୀ କରିଥିବା କ୍ୟାପଟେନ ଇଅନ ମୋର୍ଗାନ ଟି-୨୦ ଓ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରୁ କ୍ୟାପଟେନ ପଦରୁ ଇସ୍ତଫା ଦେବା ସହ କ୍ରିକେଟର ସମସ୍ତ ଫର୍ମାଟକୁ ଆଲବିଦା କରିଛନ୍ତି । ଗତ କିଛି ମାସ ଧରି ଖରାପ ଫର୍ମ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିବା କାରଣରୁ ମଙ୍ଗଳବାର ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ତାଙ୍କ ସ୍ଥାନରେ ହ୍ୱାଇଟ ବଲ୍ କ୍ରିକେଟ ଟିମ୍କୁ ଜୋସ ବଟଲର ନେତୃତ୍ୱ ନେବା ସହ ଟେଷ୍ଟ ଫର୍ମାଟରେ ବେନ ଷ୍ଟୋକ୍ସ କ୍ୟାପଟେନ ହେବା ଜଣାପଡିଛି ।
ସେ ଇଂଲଣ୍ଡ ଦଳର ଅଧିନାୟକତ୍ୱ ଛାଡିବା ସହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବୋଲି ଏନେଇ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମୋର୍ଗାନ ୨୦୧୪ରୁ ଇଂଲଣ୍ଡ ପାଇଁ ହ୍ୱାଇଟ ବଲ ଟିମର କ୍ୟାପଟେନ ହୋଇଥିଲେ । ୨୦୧୯ରେ ତାଙ୍କ ନେତୃତ୍ୱରେ ଇଂଲଣ୍ଡରେ ଅନୁଷ୍ଠିତ ଏକଦିବସୀୟ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଚାମ୍ପିଅନ ହୋଇଥିଲେ । ଏହି ସମୟ ମଧ୍ୟରେ ମୋର୍ଗାନ ୧୯୮ଟି ମ୍ୟାଚରୁ ୧୧୮ଟିରେ ବିଜୟ ହୋଇଥିଲେ । ସେହିପରି ୭୨ଟି ଟି-୨୦ ମ୍ୟାଚରୁ ୪୨ଟି ମ୍ୟାଚ ଜିତିଥିବା ରେକର୍ଡ ରହିଛି । ଯାହା ଇଂଲଣ୍ଡ ପାଇଁ କୌଣସି ଅଧିନାୟକଙ୍କ ଅପେକ୍ଷା ଅଧିକ ବୋଲି ଜଣାପଡିଛି । ତେବେ ଇଂଲଣ୍ଡ ଟିମରେ ସଦସ୍ୟ ହେବା ପୂର୍ବରୁ ସେ ଆୟାରଲାଣ୍ଡ ପାଇଁ ଖେଳି ସାରିଛନ୍ତି । ସେ ଆୟାରଲାଣ୍ଡ ପାଇଁ ୨୩ଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଖେଳିଛନ୍ତି ।

Related posts

ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ

Odisha Sports Bureau

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

Odisha Sports Bureau

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

Odisha Sports Bureau