Cricket

ଏଜବେଷ୍ଟନ ଟେଷ୍ଟ : ଶୋଚନୀୟ ଭାବେ ପରାଜିତ ହେଲା ଭାରତ

ବର୍ମିହାମ : ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ଘଟିଛି । ଇଂଲଣ୍ଡ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଏହି ୫ ଟିକିଆ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି । ଇଂଲଣ୍ଡ ବିଜୟର ନାୟକ ଥିଲେ ଜନି ବେୟାରଷ୍ଟୋ ଓ ଜୋଏ ରୁଟ । ଉଭୟ ଶତକୀୟ ଇନିଂସ ଖେଳି ଇଂଲଣ୍ଡକୁ ଏକ ଟାର୍ଗେଟର ପିଛା କରି ବିଜୟ ଦେଇଥିଲେ । ରୁଟ୍ ଅପରାଜିତ ୧୪୨ ରନ କରିଥିବାବେଳେ ବେୟାରଷ୍ଟୋ ଅପରାଜିତ ୧୧୪ ରନ କରିଥିଲେ । ବେୟାରଷ୍ଟୋ ପ୍ରଥମ ଇନିଂସରେ ମଧ୍ୟ ଶତକ ହାସଲ କରିଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜାଙ୍କ ଶତକୀୟ ଇନିଂସ ବଳରେ ୪୧୬ ରନ କରିଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ମାତ୍ର ୨୮୪ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ ୧୩୨ରନର ମହତ୍ବପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ଭାରତ କିନ୍ତୁ ନିଜ ୨ୟ ଇନିଂସରେ ୨୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଇଂଲଣ୍ଡ ଆଗରେ ୩୭୮ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା । ଏହି ଲକ୍ଷ୍ୟକୁ ଇଂଲଣ୍ଡ ସଫଳତାର ସହ ହାସଲ କରିନେଇଛି ।

Related posts

ଆଜି ବଦଳିବ ଟି-୨୦ କ୍ରିକେଟ୍ ର ଇତିହାସ, ଧୋନିଙ୍କ ବିନା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

Odisha Sports Bureau

ଟେଷ୍ଟରେ ୧୦୦୦ ରନ ପୂରଣ କଲେ ଶୁଭମନ ଗିଲ୍

Odisha Sports Bureau

ଭାରତ ରତ୍ନଙ୍କୁ ଜନ୍ନଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ

Odisha Sports Bureau