Cricket

ଅଢେଇ ମାସ ପାଇଁ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ !

ନୂଆଦିଲ୍ଲୀ: କ୍ରିକେଟ୍ ଫ୍ୟାନ୍ସମାନଙ୍କର ବଡ଼ ଖବର । ଏଣିକି କେବଳ ୨ ମାସ ନୁହେଁ ବରଂ ଅଢେଇ ମାସ ଧରି ଖେଳାଯିବ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିିପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ ମଧ୍ୟ ନିଜ ଭବିଷ୍ୟତର ଟୁର ପୋଗ୍ରାମରେ ଅଢେଇ ମାସ ଖାଲି ସମୟ ରଖିଥିବା ଜଣାପଡିଛି । ଯାହାପରେ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଆଗାମୀ ସିଜିନରୁ ଆଇପିଏଲ୍ ଦୁଇ ମାସ ନୁହେଁ ବରଂ ଅଢେଇ ମାସ ପାଇଁ ଖେଳାଯିବ । ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଜୁନ୍ ମାସ ପ୍ରଥମ ସପ୍ତାହ ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆଗାମୀ ଜୁଲାଇ ୨୫ ତାରିଖ ଓ ୨୬ ତାରିଖରେ ବର୍ମିହୋମରେ ଆଇସିସି ବାର୍ଷିକ ବୈଠକ ହେବାର ଅଛି । ଯେଉଁଠି ଏହି ନିଷ୍ପତ୍ତି ଉପରେ ବିଧିବଦ୍ଧ ଭାବେ ମୋହର ବାଜିବ ବୋଲି ଜଣାପଡିଛି ।

 

Related posts

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ

Odisha Sports Bureau

୩ୟ ଦିନିକିଆରୁ ବାଦ୍ ପଡ଼ିଲେ ଏହି ଅଲରାଉଣ୍ଡର

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା