Football

ନେପାଳ ଓ ବାଂଲାଦେଶ ମ୍ୟାଚ ସମୟରେ ଗଣ୍ଡଗୋଳ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ପ୍ରତିଯୋଗିତାରେ ନେପାଳ ଓ ବାଂଲାଦେଶ ମ୍ୟାଚ ସମୟରେ ଠେଲାପେଲା । ମ୍ୟାଚ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷର ଖେଳାଳି ମାନେ ଉଭୟ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ । ଖେଳାଳିମାନେ ବିଧା, ମୁଥ ମାରୁଥିବାର ମଧ୍ୟ ଦେଖାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଯେ ମ୍ୟାଚ ସମୟରେ ଯୁକ୍ତତର୍କରୁ ଏହି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଦଳର ଖେଳାଳି ଏହି ଗଣ୍ଡଗୋଳରେ ଆହତ ହୋଇଛନ୍ତି । ଫଳରେ କିଛି ସମୟ ପାଇଁ ମ୍ୟାଚ ସ୍ଥଗିତ ରହିଥିଲା । ଶେଷରେ ଉତ୍ତେଜନା କମିବା ପରେ ମ୍ୟାଚ ରେଫରି ଉଭୟ ପକ୍ଷର ଜଣେ ଲେଖା ଖେଳାଳିଙ୍କୁ ରେଡ଼ କାର୍ଡ ଦେଖାଇଥିଲେ ।

Related posts

୫ରୁ ଭୁବନେଶ୍ୱରରେ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Odisha Sports Bureau

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

Odisha Sports Bureau

୨୮ ବର୍ଷୀୟ ଫୁଟବଲ ଖେଳାଳି ସାଲାଙ୍କ ଅକାଳ ମୃତ୍ୟୁ

Odisha Sports Bureau