Football

ପ୍ୟାରିସରେ ଆୟୋଜନ କରୁଥିବା ଅଲିମ୍ପିକ୍ସ ୨୦୨୪ ପାଇଁ ଟିମ ନାଁ ଘୋଷଣା କଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ: ପ୍ୟାରିସରେ ଆୟୋଜନ କରାଯିବ ଚଳିତ ବର୍ଷ ଅଲିମ୍ପିକ୍ସ ୨୦୨୪ । ଏହି ଟୁର୍ଣ୍ଣା ମେଣ୍ଟ ପାଇଁ ଧୀରେ ଧୀରେ ଖେଳାଳି ଏବଂ ଟିମ ନାଁ ଘୋଷଣା କରାଯାଉଛି । ଏହାରି ଭିତରେ ଅଲିମ୍ପିକ୍ସ ୨୦୨୪ରେ ଆର୍ଜେଣ୍ଟିନା ନିଜ ଟିମ୍ ଘୋଷଣା କରିଛି । ତେବେ ଏହି ଟିମ ରେ ଆର୍ଜେଣ୍ଟିନାର ସବୁଠାରୁ ବଡ଼ ଖେଳାଳି ଲିଓନେଲ ମେସିଙ୍କ ନାଁ ନାହିଁ । ଆର୍ଜେଣ୍ଟିନାର କୋଚ୍ ଜେଭିୟର ମାଶେରାନୋ ଟିମ୍ ଘୋଷଣା କରିଛନ୍ତି । ଏହି ଟିମରେ ବିଶ୍ୱକପ ବିଜେତା ଦଳର କେବଳ ୪ ଜଣଙ୍କୁ ସ୍ଥାନ ଦିଆଯାଇଛି । ଏହି ଚାରି ଖେଳାଳିଙ୍କ ମଧ୍ୟରେ ଷ୍ଟ୍ରାଇକର ଜୁଲିୟନ ଅଲଭାରେଜ ଏବଂ ଡିଫେଣ୍ଡର ନିକୋଲସ ଓଟାମେଣ୍ଡିଙ୍କ ନାଁ ସାମିଲ ରହିଛି ।
ମେସି ଚଳିତ ବର୍ଷ ଶାରୀରିକ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ କୋପା ଆମେରିକାରେ ଆର୍ଜେଣ୍ଟିନାର ପ୍ରତିନିଧିତ୍ୱ କରୁଛନ୍ତି । ଟିମର ଲକ୍ଷ୍ୟ ୨୦୨୧ରେ ଜିତି ଥିବା କୋପା ଆମେରିକା ଟାଇଟଲକୁ ବଜାୟ ରଖିବା । ଆର୍ଜେଣ୍ଟିନା ୨୦୨୧ରେ କୋପା ଆମେରିକା ଜିତିବା ପରେ ୨୦୨୨ରେ ବିଶ୍ୱକପ ଜିତି ଥିଲା । ମେସି ନିଜର ଏକମାତ୍ର ଅଲିମ୍ପିକ ଅଭିଯାନରେ ୨୦୦୮ରେ ବେଜିଂ ରେ ଟିମକୁ ସ୍ୱର୍ଣ୍ଣ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅଲିମ୍ପିକ ପୁରୁଷ ଫୁଟବଲ୍ ଟୁର୍ଣ୍ଣା ମେଣ୍ଟ ଅଣ୍ଡର-୨୩ ଟିମ୍ ପାଇଁ ହୋଇଥାଏ, କିନ୍ତୁ ସବୁ ଟିମରେ ତିନି ବୟସ୍କ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଇଥାଏ । କୋପା ଆମେରିକା ଶେଷ ହେବା ପରେ ଗୋଲକିପର ଗେରୋନିମୋ ରୁଲି, ଓଟାମେଣ୍ଡି ଏବଂ ଅଲଭାରେଜକୁ ଟିମରେ ସାମିଲ କରାଯିବ ।

Related posts

ରିୟଲ କାଶ୍ମୀର ପଞ୍ଜାବ ଏଏଫସି ସହିତ ୧-୧ରେ ଡ୍ର

Odisha Sports Bureau

ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ନେବେ ଅବସର

Odisha Sports Bureau

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟ: ସ୍ଥାନ ପାଇଲେ ଏହି ନୂଆଁ ଖେଳାଳି

Odisha Sports Bureau

Leave a Comment