Cricket

ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ବିଜେତା ଭାରତୀୟ ଟିମ ଘୂର୍ଣ୍ଣଝଡ ଯୋଗୁଁ ବାର୍ବାଡୋସରେ ଫସିଥିଲା । ଏବେ ବିସିସିଆଇର ଚାର୍ଟର ବିମାନରେ ବାର୍ବାଡୋସରୁ ଉଡାଣ ଭରିଛନ୍ତି ଭାରତୀୟ ଟିମ ।ଘୂର୍ଣ୍ଣିଝଡ ବରେଲିରେ ଫସିଥିବା ଭାରତୀୟ ଟିମ ଖୁବଶୀଘ୍ର ଭାରତ ପହଞ୍ଚିବ । ବିସିଆଇ ସମସ୍ତ ଖେଳାଳିଙ୍କ ପାଇଁ ଚାର୍ଟର ବିମାନ ବ୍ୟବସ୍ଥା କରିଥିଲା । ‘ ଚମ୍ପିଆନ ବିଶ୍ୱକପ ୨୪’ ନାମରେ ସ୍ପେଶାଲ ଚାର୍ଟାର ବିମାନରେ ଭାରତୀୟ ଟିମ ପହଞ୍ଚିବ । ଭାରତୀୟ ଟିମ ସ୍ୱଦେଶ ଫେରିବା ପାଇଁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ବାର୍ବାଡୋସ ପହଞ୍ଚିଥିଲା ।
ବାର୍ବାଡୋସ ଏୟାରପୋର୍ଟରେ ପ୍ରଥମ ଥର ପାଇଁ ଏତେ ବଡ ବିମାନ ଦେଖି ସେଠାରେ କାମ କରୁଥିବା କର୍ମଚାରି ହତବାକ୍ ହୋଇଯାଇଛନ୍ତି । ପ୍ରଥମ ଥର ପାଇଁ ବାର୍ବାଡୋସରେ ଏତେ ବଡ ବିମାନ ଅବତରଣ କରିଛି । ଏହି ବିମାନରେ ଭାରତୀୟ ଟିମ ଦିଲ୍ଲୀ ଫେରିବ ।ଟିମ ଭାରତୀୟ ସମୟ ଅନୁସାରେ ଜୁଲାଇ ୪ତାରିଖ ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବ ।
ଭାରତୀୟ ଟିମ ଦିଲ୍ଲୀ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ । ଏହାପରେ ଭାରତୀୟ ଟିମ ମୁମ୍ବାଇ ପାଇଁ ଉଡାଣ ଭରିବ । ଭାରତୀୟ ଟିମ ମୁମ୍ବାଇରେ ଖୋଲା ବସରେ ଟ୍ରଫି ସହିତ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।

Related posts

ପ୍ରଥମ ଥର ଅହମଦାବାଦ୍ ଷ୍ଟାଡିୟମରେ ଜଲୱା ଦେଖାଇଲା ଟିମ୍ ଇଣ୍ଡିଆ, ଲଗାତର ଦ୍ଵିତୀୟ ଥର ବିଶ୍ଵକପ୍ ହାତେଇଲା ଭାରତ

ଆସନ୍ତା ବର୍ଷ ମାର୍ଚ୍ଚ ୭ରୁ ମହିଳା କ୍ରିକେଟ ଆଇପିଏଲ୍ ଆରମ୍ଭ

Odisha Sports Bureau

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

Odisha Sports Bureau