Cricket

ଆଜିଠାରୁ ଆରମ୍ଭ ଏସିଆ କପ ଟି-୨୦ ମ୍ୟାଚ ; ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

ଦୁବାଇ: ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ ୨୦୨୨। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କା ସାମ୍ନାରେ ରହିଛି ଆଫଗାନିସ୍ତାନ। ଶ୍ରୀଲଙ୍କା ଏସିଆ କପ ଆୟୋଜନର ଅଧିକାର ପାଇଥିଲେ ମଧ୍ୟ ମ୍ୟାଚ୍‌ ଗୁଡ଼ିକ ୟୁଏଇରେ ଖେଳାଯିବ। ଶ୍ରୀଲଙ୍କାରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବାରୁ ଟୁର୍ଣ୍ଣାମେଣ୍ଟକୁ ଦୁବାଇ ସ୍ଥାନନ୍ତର କରାଯାଇଛି।ହେଲେ ହୋଷ୍ଟିଂ ଅଧିକାର ଶ୍ରୀଲଙ୍କା ପାଖରେ ରହିଛି। ଭାରତୀୟ ସମୟ ୭.୩୦ରେ ଦୁବାଇରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ମୁହାଁମୁହିଁ ହେବେ। ଶ୍ରୀଲଙ୍କା ଏସିଆ କପ ୫ଥର ଜିତିଥିବା ବେଳେ ଆଫଗାନିସ୍ତାନ ଏଯାଏ ଏହି ସଫଳତା ହାସଲ କରିପାରି ନାହିଁ। ତେଣୁ ଆଫଗାନିସ୍ତାନ ନୂଆ ଜୋଶ ସହ ଆଜି ମୈଦାନକୁ ଓହ୍ଲାଇବ ବୋଲି ସମସ୍ତେ ଆଶା ରଖିଛନ୍ତି ଆଫଗାନିସ୍ତାନ ଖେଳାଳି ।

ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଉଛି। ଏହାର ଅର୍ଥ ୬ଟି ଟିମକୁ ଦୁଇ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍‌ରେ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ଦୁଇଟି ଗ୍ରୁପ୍‌ରୁ ଟପ୍‌ ୪ଟି ଦଳ ସୁପର ୪ରେ ପ୍ରବେଶ କରିବେ। ସେଠାରେ ପୁଣିଥରେ ସବୁ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ସୁପର ୪ର ଟପ୍‌ ୨ ଟିମ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଗ୍ରୁପରେ ଏ’ ଭାରତ, ପାକିସ୍ତାନ ଓ ହଂକଂ ଥିବା ବେଳେ ଗ୍ରୁପ ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛି। ତେବେ ଏହି ଟି-୨୦ ମ୍ୟାଚ ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । କେଉଁ ଟିମ ଜିତ ହାସଲ କରିବା ତାହା ଆଜି ମ୍ୟାଚ ଆରମ୍ଭ ହେଲା ପରେ ଜଣାପଡିବା ।

Related posts

ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟର ଅଭିଷେକ ପୋରେଲଙ୍କୁ ବଳାତ୍କାର ଅଭିଯୋଗ…

୯ ରାଜ୍ୟର ଖେଳାଳି ଆଇପିଏଲରେ କଲେ ପଞ୍ଜିକରଣ

Odisha Sports Bureau

ଭାରତ ଶୃଙ୍ଖଳା ଜିତିଲା: ଆୟର୍ଲାଣ୍ଡ୍‌ ୩୩ ରନ୍‌ରେ ପରାସ୍ତ

Odisha Sports Bureau