More Sports

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଇତିହାସ ରଚିଲେ ନୀରଜ ଚୋପ୍ରା । ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୮୯.୦୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ପ୍ରଥମ ଭାରତୀୟ ଭାବେ ଲୋଜାନ୍‌ ଡାଇମଣ୍ଡ ଲିଗ ରେ ପ୍ରଥମ ଉଦ୍ୟମରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏଥିସହ ସେ ଡାଇମଣ୍ଡ ଲିଗ ଫାଇନାଲକୁ କ୍ୱାଲିଫାଇ କରିଛନ୍ତି । ଅନ୍ୟପଟେ ଏହି ପ୍ରତିଯୋଗିତାରେ ଜାକୁବ୍‌ ଭାଦ୍‌ଲେଜ୍‌ଚ୍‌ ଦ୍ବିତୀୟ ଏବଂ କର୍ଟିସ୍‌ ଟମ୍ପ୍‌ସନ୍ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ଆସନ୍ତା ବର୍ଷ ସୁଇଜରଲାଣ୍ଡର ଜ୍ୟୁରିକରେ ୭ ଓ ୮ ସେପ୍ଟେମ୍ବରରେ ଆୟୋଜିତ ହେବ । ସୂଚନାଯୋଗ୍ୟ ଯେ ୱାର୍ଲ୍ଡ ଆଥଲେଟିକ୍ସ ଜାଭେଲିନ ଫାଇନାଲରେ ନୀରଜଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଏହାପରେ ସେ ଜର୍ମାନିରେ ଚିକିତ୍ସା ହୋଇ ପ୍ରାୟ ମାସେ କାଳ ବିଶ୍ରାମ ନେଇ ସୁସ୍ଥ ହେବା ପରେ ଲୋଜାନ୍‌ ଡାଇମଣ୍ଡ୍‌ ଲିଗ୍‌’ ମ୍ୟାଚ୍‌ରେ ଭାଗ ନେଇଥିଲେ। ସେ ପ୍ରତିକ୍ରିୟା ରଖି କହିଛନ୍ତି ଆଜିର ଫଳାଫଳରେ ମୁଁ ଖୁବ୍‌ ଆନନ୍ଦିତ। ୮୯ ମିଟର୍‌ ଥ୍ରୋ’ ଖୁବ୍‌ ଭଲ ପ୍ରଦର୍ଶନ ଥିଲା । ଆଘାତରୁ ସୁସ୍ଥ‌ ହୋଇ ଫେରିଥିବାରୁ ମଧ୍ୟ ମୁଁ ଖୁବ୍‌ ଖୁସି। ସେ ଏହା ମଧ୍ୟ କହିଛନ୍ତି ଯେ ଅବଶ୍ୟ ଆଘାତ ଯୋଗୁଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ନ ଥିବାରୁ ଆଜି ସାମାନ୍ୟ ଡରି ଯାଇଥିଲି।

 

Related posts

ପ୍ରୋ କବାଡ଼ି ଲିଗ : ଗୁଜୁରାଟକୁ ହରାଇ ଟାଇଟଲ ଜିତିଲେ ବେଙ୍ଗାଲୁରୁ

Odisha Sports Bureau

ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରୀତି; ଲଭଲିନା ମଧ୍ୟ ଫାଇନାଲରେ ପ୍ରବେଶ

Odisha Sports Bureau

ରାଷ୍ଟ୍ରିୟ ସ୍ନୁକର ଚମ୍ପିଆନଶିପ୍ ଜିତିଲେ ଆଦିତ୍ୟ

Odisha Sports Bureau