Football

ଫିଫା ପାଇଁ କଳିଙ୍ଗ ଷ୍ଟାଡ଼ିଅମ ରଙ୍ଗାରଙ୍ଗ

ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ ଏହି ଫିଫା ବିଶ୍ୱକପ । ଆସନ୍ତା କାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍‌ଘାଟନ ହେବ ବିଶ୍ୱ କପ ଫିଫା । ତେବେ ସେଥିପାଇଁ ଷ୍ଟାଡ଼ିଅମରୁ ରାଜଧାନୀ ପର୍ଯ୍ୟନ୍ତ ସାଜସଜି ହୋଇଛି । ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ସଜେଇ ହୋଇଛି କଳିଙ୍ଗ ଷ୍ଟାଡ଼ିଅମ । ଚର୍ତ୍ତୁପାଶ୍ୱର୍ରେ ଥିବା ଗ୍ୟାଲେରୀ ଗୁଡ଼ିକ ସଜା ହୋଇଛି ଲାଲ ନୀଳ ଓ ଧଳା ପ୍ରିଣ୍ଟର ନୂଆ ରଙ୍ଗରେ ।

ତେବେ ଆସନ୍ତା କାଲି ମୁହାଁମୁହିଁ ହେବେ ଭାରତ-ଆମେରିକା । ଏଥିପାଇଁ ଆଜି ଖେଳାଳି ମାନଙ୍କ ମଧ୍ୟରେ ଅଭ୍ୟାସ ଜାରି ରହିଛି । ୟୁନିଟ-୭ରେ ଭାରତୀୟ ଖେଳାଳି ମାନେ ନିଜର ପ୍ରାକ୍ଟିସ ଜାରି ରଖିଛନ୍ତି । ଖେଳକୁ ସୁରକ୍ଷା ଦେବା ପାଇଁ ପୋଲିସ ଟିମକୁ ମୃତୟନ ହୋଇଛି । ତେବେ ଏହି ଉଦଘାଟନରେ ସାମିଲ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଛି । ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି କଲ୍ୟାଣ ଚୌବେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ନିମନ୍ତ୍ରଣପତ୍ର ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆସିବା ପରେ ଉଦଘାଟନ ପକ୍ରିୟା ଆରମ୍ଭ ହେବ । ତେବେ ୪.୩୦ରେ ଆରମ୍ଭ ହେବ ୧୭ ବର୍ଷ କମ ମହିଳା ଫିଫା ବିଶ୍ୱକପ । ଏନେଇ ସାରା ଭାରତରେ ଉତ୍ସାହ ଲାଗିରହିଛି ।

Related posts

ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ନେବେ ଅବସର

Odisha Sports Bureau

କରୋନାରେ ସ୍ପେନର ଯୁବ ଫୁଟବଲ କୋଚଙ୍କ ମୃତ୍ୟୁ

Odisha Sports Bureau

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

Odisha Sports Bureau