Football

କଳିଙ୍ଗ ଷ୍ଟାଡିଅମରେ ବ୍ରାଜିଲ –ଭାରତ ମୁହାଁମୁହିଁ

ଭୁବନେଶ୍ୱର: ଆଜି ଆୟୋଜକ ଭାରତ ଶେଷ ଲିଭ ମ୍ୟାଚ ଖେଳିବ ଫିଫା ଅଣ୍ଡର- ୧୭ ମହିଳା ବିଶ୍ୱକପରେ । ବ୍ରାଜିଲ ଭାରତ ମଧ୍ୟରେ ଆଜି କଳିଙ୍ଗଷ୍ଟାଡିଅମରେ ଆୟୋଜିତ ହେବ ଏହି ମ୍ୟାଚ୍ । ଭାରତ ଆଗରୁ ଖେଳିଥିବା ୨ଟି ମ୍ୟାଚରେ ହାରିସାରିଛି । ଗ୍ରୁପ ଏ ରେ ପଏଣ୍ଟ ଟେବୁଲ ଶେଷ ସ୍ଥାନରେ ରହିଛି ଭାରତ । ପ୍ରଥମ ମ୍ୟାଚରେ ଭାରତ ଆମେରିକା ସହ ୮.୦ ଗୋଲରେ ହାରିଥିଲା । ୨ୟ ମ୍ୟାଚରେ ମରୋକ୍କୋ ଠାରୁ ୩.୦ ଗୋଲରେ ପରାସ୍ତ ହୋଇଥିଲା ।

ତେଣୁ ଭାରତର ନକଆଉଟ ପର୍ଯ୍ୟାୟକୁ ଯିବା ସମ୍ଭାବନା ଶେଷ ହୋଇଛି । ସେପଟେ ବ୍ରାଜିଲ ୨ଟି ମ୍ୟାଚ ଖେଳି ଗୋଟିଏ ଜିତିଥିବା ବେଳେ ୪ ପଏଣ୍ଟ ପାଇଁ ୨ୟ ସ୍ଥାନରେ ରହିଛି । କଳିଙ୍ଗ ଷ୍ଟାଡିଅମରେ ଆଜିର ୨ୟ ମ୍ୟାଚରେ ମୁହାଁମୁହିଁ ହେବେ ନାଇଜେରିଆ ଓ ଚୀନ । ଅପରାହ୍ନ ସାଢେ ଚାରିଟାରେ ଏହି ମ୍ୟାଚ ରହିଛି । ଗ୍ରୁପ-ବି ରେ ନାଇଜେରିଆ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଥିବା ବେଳେ ଚୀନ ୩ୟ ସ୍ଥାନରେ ରହିଛି ।

Related posts

ଓଡ଼ିଶା୧୭ମହିଳା ଫୁଟବଲ ଦଳ ହିମାଚଳପ୍ରଦେଶ କୁ ହରାଇ ବିଜୟୀ

Odisha Sports Bureau

ଏକଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

Odisha Sports Bureau

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

Odisha Sports Bureau