Cricket

ହାପି ବାର୍ଥ ଡେ ବିରାଟ ; ୩୪ ବର୍ଷରେ ପାଦ ଦେଲେ କିଙ୍ଗ କୋହଲି

ବ୍ୟୁରୋ : ଭାରତୀୟ ଦଳର ପୂର୍ବତନ ଅଧିନାୟକ, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ନାଁ ଯେମିତି ବିରାଟ, ତାଙ୍କ କାମ ବି ସେମିତି ବିରାଟ । କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା ଭାରତୀୟ କ୍ରିକେଟର । ତାଙ୍କର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଆଜି ତାଙ୍କର ୩୪ତମ ଜନ୍ମଦିନ । ଏହି ଅବସରରେ ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ତାଙ୍କର ବ୍ୟାଟିଂ ଅନ୍ଦାଜ ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କୁ ବେଶ୍‌ ଭଲ ଲାଗିଥାଏ । କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୧ ଟି ଶତକ ହାସଲ କରିଛନ୍ତି ।

ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ ସାରା ବିଶ୍ୱରେ ଥିବା ତାଙ୍କର ଫ୍ୟାନ୍ସ ବିରାଟଙ୍କୁ ଏକ ଜବରଦସ୍ତ ଗିଫ୍ଟ ଦେବା ପାଇଁ ଯୋଜନା କରିଛନ୍ତି। କେବଳ ଏତିକି ନୁହେଁ ପାକିସ୍ତାନର ବୋଲର ଶାହନୱାଜ ଦହାନୀ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। କିଙ୍ଗକୋହଲିଙ୍କୁ ଜନ୍ମଦିନ କାମନା କରିବା ପାଇଁ ସେ ୫ ନଭେମ୍ବର ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ ବୋଲି ଦହାନୀ କହିଛନ୍ତି। ସେ କୋହଲିଙ୍କୁ GOAT (ସବୁ ସମୟର ଶ୍ରେଷ୍ଠ) ବୋଲି ବର୍ଣ୍ଣନା କରିଛନ୍ତି।

କୋହଲିଙ୍କ ସହ ଫଟୋ ସେୟାର କରି ଶାହନୱାଜ ଦହାନୀ ଟ୍ୱିଟରରେ ଲେଖିଛନ୍ତି, କ୍ରିକେଟ୍ ତିଆରି କରିଥିବା କଳାକାରଙ୍କୁ ମୁଁ ୫ ନଭେମ୍ବର ଅପେକ୍ଷା କରିପାରିବି ନାହିଁ। ବିରାଟ କୋହଲିଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଭାଇ ଆପଣ ଏହି ଦିନକୁ ଖୁବ ଉପଭୋଗ କରନ୍ତୁ ଏବଂ ଏହିପରି ଦୁନିଆକୁ ମନୋରଞ୍ଜନ କରୁଥାନ୍ତୁ।
ସେହିପରି କିଙ୍ଗ କୋହଲିଙ୍କ ଜନ୍ମ ଦିନ ଅବସରରେ ତାଙ୍କର ଫ୍ୟାନ୍ସ/ଫଲୋର୍ସ ଟ୍ୱିଟରରେ ଏକ କ୍ୟାମ୍ପେନ ଚଲାଇଛନ୍ତି। ବିରାଟଙ୍କ ଜନ୍ମଦିନରେ ସମସ୍ତଙ୍କ ସୋସିଆଲ୍‌ ମିଡିଆ ପ୍ରୋଫାଇଲ୍‌ର ଫଟୋ ଏକା ଭଳି ହେବା ଉଚିତ୍‌। ଏନେଇ ଫ୍ୟାନ୍ସ ଏକ ହାଶ୍‌ଟ୍ୟାଗ୍‌ ଦେଇଛନ୍ତି ଓ ଏବେ ଏହି ଟ୍ୟାଗ୍‌ ସୋସିଆଲ୍‌ ମିଡିଆରେ #KingKohliBirthdayCDP ନାଁରେ ଟ୍ରେଣ୍ଡ୍‌ କରୁଛି। CDP ଅର୍ଥ କମନ୍‌ ଡିପି(Common DP)। ଅର୍ଥାତ୍‌ ସମସ୍ତଙ୍କର ପ୍ରୋଫାଇଲ୍‌ ଫଟୋ ସମାନ।

ବିରାଟଙ୍କ ଫ୍ୟାନ୍ସ କ୍ରେଜ୍‌ କାହାକୁ ଅଛପା ନାହିଁ। ବିରାଟ ମଧ୍ୟ ଫ୍ୟାନ୍ସଙ୍କ ସହ ସବୁବେଳେ ଯୋଡ଼ି ହୋଇଥାନ୍ତି, ତା’ ଫିଲ୍ଡରେ ହେଉ କିମ୍ବା ଫିଲ୍ଡ ବାହାରେ। ଟିମ୍‌ ଇଣ୍ଡିଆର ଏହି ଷ୍ଟାର୍‌ ଖେଳାଳି ଫ୍ୟାନ୍ସଙ୍କ ହୃଦୟ ଜିତିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ବର୍ତ୍ତମାନ ସେ ମଧ୍ୟ ଟି-20 ବିଶ୍ୱକପରେ ଧମଲା ମଚାଇଛନ୍ତି । ସେ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ମଧ୍ୟରୁ ୩ଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାରାହାରି ୨୨୦ ରେ ୨୨୦ ରନ୍ ସ୍କୋର କରିଛନ୍ତି । ଏହି କାରଣରୁ ଭାରତୀୟ ଦଳର ପ୍ରଦର୍ଶନ ମଧ୍ୟ ଭଲ ହୋଇଛି। ସେମାନେ ୪ ଟି ମ୍ୟାଚ୍ ମଧ୍ୟରୁ ୩ ଟି ଜିତିଛନ୍ତି ଏବଂ ଗ୍ରୁପ୍ ୨ ର ପଏଣ୍ଟ୍ ଟେବୁଲ୍ ଶୀର୍ଷରେ ଅଛନ୍ତି । ଦଳ ସେମିଫାଇନାଲର ନିକଟତର ହୋଇଛି।

Related posts

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

Odisha Sports Bureau

ପ୍ରଥମ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କଲେ ଯଶସ୍ବୀ ଜୟସ୍ବାଲ୍

ଟେଷ୍ଟ ସିରିଜରୁ ନାଁ ଫେରାଇଲେ ଇଶାନ କିଶାନ : ବ୍ୟକ୍ତିଗତ କାରଣୁ ନିଷ୍ପତ୍ତି

Odisha Sports Bureau