Cricket

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

ଆହତ ହୋଇଥିବାରୁ  ଏସିଆ କପରେ  ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡିଛନ୍ତି ବ୍ୟାଟସମ୍ୟାନ୍ କେଲ ରାହୁଲ । ଯାହାଫଳରେ ରାହୁଲ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାତ୍ରା କରିନଥିଲେ । ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସୋମବାର ଫିଟନେସ ପରୀକ୍ଷା ହେବ । ଫିଟ୍ ଘୋଷିତ ହେଲେ ଶ୍ରୀଲଙ୍କା ଯାତ୍ରା କରିବେ ଏବଂ ଦଳ ସହ ଯୋଗଦେବେ ।

ମିଳିଥିବା ସୂଚନା ମୁତାବକ,  ରାହୁଲ ଫିଟ୍ ଅଛନ୍ତି ଏବଂ ବିସିସିଆଇ ଡାକ୍ତରୀ ଦଳ ସୋମବାର ତାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅନୁମତି ପ୍ରଦାନ କରିବେ । ଆସନ୍ତା ୫ ତାରିଖରେ ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାହୁଲଙ୍କ ଫିଟନେସ୍ ଉପରେ ସମସ୍ତଙ୍କ ନଜର ରହିଛି । ଯଦି ରାହୁଲ ଫିଟନେସ  ଟେଷ୍ଟରେ ଫିଟ୍ ଘୋଷିତ ହୁଅନ୍ତି, ତା’ହେଲେ ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ନିଶ୍ଚିତ ବୋଲି କହିଲେ ଭୁଲ୍ ହେବନି ।

Related posts

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

ଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କର

Odisha Sports Bureau

ଭାରତ ଜିତିବା ପରେ ଏଭଳି କିଛି ଫଟୋ ସେୟାର କଲେ ଅନୁଷ୍କା

Odisha Sports Bureau