Cricket

ନେପାଳକୁ ପରାସ୍ତ କରି ସୁପର୍ ୪ରେ ଭାରତ

ଦିଲ୍ଲୀ;ନେପାଳକୁ ସହଜରେ ହରାଇ ଭାରତ ଏସିଆ କପ୍‌ରେ ଗ୍ରୁପ୍‌ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି। ମ୍ୟାଚ୍‌ରେ ନେପାଳ ପକ୍ଷରୁ ଧାର୍ଯ୍ୟ ୨୩୧ ରନ୍‌କୁ ପିଛା କରି ରୋହିତ ରକ୍ଷଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଗିଲ୍‌ ଆକ୍ରମଣାତ୍ମକ ଖେଳିଥିଲେ। ୨.୧ ଓଭର ବେଳକୁ ଦଳ ୧୭ ରନ୍‌ରେ ପହଞ୍ଚିଥିବା ସମୟରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍‌ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା। ଡିଏଲ୍‌ଏସ୍‌ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍‌ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରୋହିତ ୫୯ ବଲ୍‌ରୁ ୭୪* ରନ୍‌ ଓ ଶୁବମନ ଗିଲ୍‌ ୬୨ ବଲ୍‌ରୁ ୬୭* ରନ୍‌ ଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ୧୭ ବଲ୍‌ ବଳକା ଥାଇ ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା।

Related posts

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି

ଆଜିଠାରୁ ଆଇପିଏଲ-୧୨, ମୁହାଁମୁହିଁ ହେବେ ଧୋନି ଓ ବିରାଟ

Odisha Sports Bureau

ବିରାଟ – ଗମ୍ଭୀର କୁ ନେଇ UP ପୋଲିସ ଟ୍ୱିଟ୍