Cricket

ଟି-୨୦ ସିରିଜ୍ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁଁହାଁମୁହିଁ

ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ୱେଲିଙ୍ଗଟନ୍ରେ ଏହି ମ୍ୟାଚ୍ ଖେଳା ଯିବ । ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ ବଡ ପରିବର୍ତ୍ତନ କରାଯାଇଛି । ଭାରତୀୟ ଟିମରୁ ବାଦ ପଡିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ କେ.ଏଲ୍ ରାହୁଲ । ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଦଳର ଅଧିନାୟକ ପଦ ହସ୍ତାନ୍ତର କରାଯାଇଛି । ପୂର୍ବରୁ ପାଣ୍ଡ୍ୟା ଆଇପିଏଲରେ ଗୁଜୁରାଟ ଟାଇଟାନ୍ସର କମାଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି ।ତେବେ ଆଇପିଏଲରେ ଉନ୍ନତ ପଦର୍ଶନ କରି ଦଳକୁ ଚାମ୍ପିଅନ୍ କରିଥିଲେ ପାଣ୍ଡ୍ୟା ।ଏହା ପରେ ସେ ଭାରତୀୟ ଦଳର ଅଧିନାୟକ ହେବାର ସୁଯୋଗ ପାଇଥିଲେ । ତେବେ ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡିଆ ଅଧିନାୟକତ୍ୱ କରୁଥିବାରୁ ଭାରତୀୟ କ୍ରିକେଟ ପ୍ରେମୀ ବେଶ ଆଶାବାଦୀ ରହିଛନ୍ତି ।

ତେବେ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଏକ ବଡ ଦଳ ବିପକ୍ଷରେ ହାର୍ଦ୍ଦିକ ଅଧିନାୟକତ୍ୱ କରୁଛନ୍ତି ।ନଭେମ୍ବର ୧୮ ତଥା ଶୁକ୍ରବାର ଦିନ ୧୨ଟାରୁ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚକୁ ଡିଡି ସ୍ପୋସରେ ପ୍ରସାରଣ କରାଯିବ । ଏହା ସହ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଭାରତର ଆମାଜନ ପ୍ରାଇମ ରେ ଦେଖି ପାରିବେ ।

Related posts

ଭାରତକୁ ଧୂଳି ଚଟେଇ ସିରିଜ କବଜା କଲା ନ୍ୟୁଜିଲାଣ୍ଡ

Odisha Sports Bureau

ଆଇଚର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

Odisha Sports Bureau

ବିଶ୍ୱକପ୍ ପାଇଁ ଅମ୍ପାୟାର ,ରେଫରୀଙ୍କ ନାମ ସ୍ଥିର କରିଛି ଆଇସିସି

Odisha Sports Bureau