More Sports

ସାଉଦି ଆରବ ମେସିଙ୍କ ହରାଇଲା ଆର୍ଜେଣ୍ଟିନାକୁ

ଦୋହା: ବଡ଼ ବିପର୍ଯ୍ୟୟ ଘଟିଛି କତାରାରେ ଚାଲିଥିବା ଫିଫା ବିଶ୍ୱକପର ତୃତୀୟ ଦିନରେ । ସମସ୍ତଙ୍କୁ ଚକିତ କରି ସାଉଦି ଆରବ ହରାଇ ଦେଇଛି ଷ୍ଟାର ଖଚିତ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ୨-୧ ଗୋଲରେ । ଗ୍ରୁପ ସି’ର ପ୍ରଥମ ମ୍ୟାଚ୍ରେ ଆର୍ଜେଣ୍ଟିନା ଝୁଣ୍ଟିବା ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ବଡ଼ ବିପର୍ୟ୍ୟ ଭାବେ ଏହାକୁ ବିଶ୍ୱକପ ଇତିହାସର ଅବିହିତ କରାଯାଉଛି। ମ୍ୟାଚ୍ ଆରମ୍ଭରୁ ସାଉଦିକୁ ଅଣ୍ଡରଡଗ ଭାବେ ବିବେଚନା କରାଯାଉଥିଲା। ହେଲେ ଗ୍ରୀନ ଫାଲକନ୍ସ ସମସ୍ତଙ୍କୁ ଭୁଲ ପ୍ରମାଣ କରି ଲୁସାଇଲ ଷ୍ଟାଡିୟମରେ ଇତିହାସ ରଚିଛି । ଫୁଟବଲର ସବୁଠାରୁ ବଡ଼ ମହାକୁମ୍ଭରେ ପ୍ରଥମ ଏସିଆନ ଦେଶ ଭାବେ ସାଉଦି ଆରବ ମେସିଙ୍କ ଆର୍ଜେଣ୍ଟିନାକୁ ହରାଇଛି । ଏହି ମ୍ୟାଚ୍ରେ ମେସି ଗୋଟିଏ ଗୋଲ ସ୍କୋର କରିଥିଲେ ମଧ୍ୟ ଏହା ବେକାର ହୋଇଯାଇଛି । ଆଜି ମେସିଙ୍କ ଆର୍ଜେଣ୍ଟିନା ଦମଦାର ଆରମ୍ଭ କରିଥିଲା। ମ୍ୟାଚ୍ର ୧୦ତମ ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟିକୁ ମେସି ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ପ୍ରଥମ ହାଫ ଯାଏ ପୂରା ମ୍ୟାଚ୍ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା।

Related posts

ଜାତୀୟ କୁମ୍ଫୁରେ ଓଡିଶାକୁ ୫ ସ୍ୱର୍ଣ୍ଣ

Odisha Sports Bureau

ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ

Odisha Sports Bureau

ଆମେରିକୀୟ ମହିଳା ଆମାଚ୍ୟୁର ଚାମ୍ପିଅନସିପରେ ପ୍ରଥମ ଭାରତୀୟ

Odisha Sports Bureau