More Sports

ଟାକ୍ରୋ ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇ ଜଣ ମନୋନୀତ

(ଓଡିଶା ସ୍ପୋର୍ଟସ୍): ଥାଇଲାଣ୍ଡର ବ୍ୟାଙ୍କକ୍ ଠାରେ ଅଗଷ୍ଟ ୨୪ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ୩୪ ତମ କିଙ୍ଗସ ୱାର୍ଲଡ଼ କପ ସିପକ ଟାକ୍ରୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମଧୁସ୍ମିତା ବେହେରା ଓ ଇତିଶ୍ରୀ ସାମଲ ଦୁଇ ପ୍ରତିଯୋଗୀ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ପୂର୍ବରୁ ୨୩ ଜୁଲାଇ ଠାରୁ ୨୩ ଅଗଷ୍ଟ ପର୍ୟ୍ୟନ୍ତ ଦ ଟାକ୍ରୋ ଫୋଉଣ୍ଡେସନ ଅଫ ଥାଇଲାଣ୍ଡ ପକ୍ଷରୁ ଏକ ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେବ ।
ହି ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବା ପାଇଁ ୨୧ ତାରିଖ ସକାଳେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ
ଯାତ୍ରା କରି ଭାରତୀୟ ଦଳରେ ଯୋଗ ଦେବା ସହ ୨୨ ତାରଖରେ ମୁଖ୍ୟ କୋଚ ହେମରାଜଙ୍କ ସହ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିବେ। ଏହି ଦୁଇ ପ୍ରତିଯୋଗୀଙ୍କୁ ଓଡ଼ିଶା ସିପକ ଟାକ୍ରୋ ସଙ୍ଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଓ ସଙ୍ଘର କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି।

Related posts

ଫାଇନାଲରେ ଭାବିନାଙ୍କ ଏଣ୍ଟ୍ରି

Odisha Sports Bureau

ପାଞ୍ଚଟି ଅଲିମ୍ପିକ୍ ରିଙ୍ଗର ମୂଳ ଚିତ୍ର ୧.୬୨ କୋଟିରେ ବିକ୍ରି

Odisha Sports Bureau

ବିଶ୍ୱ ବିଜେତାଙ୍କୁ ହରାଇ ସେମିରେ କବିନ୍ଦର ସିଂହ

Odisha Sports Bureau