More Sports

ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବେ ପିଟି ଉଷା

ନୂଆଦିଲ୍ଲୀ: ନିକଟରେ ଭାରତୀୟ ଅଲମ୍ପିକ ସଂଘର ସଭାପତି ନିର୍ବାଚନ ହେବାକୁ ଯାଉଛି । ଏଥିରେ ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି ପିଟି ଉଷା ।୧୦ ଡିସେମ୍ବରରେ ନିର୍ବାଚନ ହେବାକୁ ଯାଉଛି ଗତକାଲି ତଥା ୨୭ ନଭେମ୍ବର ଦିନ ନାମାଙ୍କନ ଭରିବାର ଶେଷ ଦିନ ଥିଲା । କିନ୍ତୁ ଅନ୍ୟ କେହି ସଭାପତି ପଦ ପାଇଁ ନାମାଙ୍କନ ଭରି ନାହାଁନ୍ତି। ଯାହାଦ୍ୱାରା ପିଟି ଉଷା ଏକ ପ୍ରକାର ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ର ପ୍ରଥମ ମହିଳା ସଭାପତି ହେବା ସୁନିଶ୍ଚିତ ।

ଖବରଅନୁଯାୟୀ, ପିଟି ଉଷା ଏସୀୟ ଗେମ୍ସର ଏକାଧିକ ସୂର୍ଣ୍ଣ ପଦକ ବିଜେତା ରହିଛନ୍ତି । ୫୮ ବର୍ଷିୀୟ ଆଥଲେଟ ପିଟି ଉଷା ୧୯୮୪ ମସିହା ଅଲିମ୍ପିକ୍ସରେ ପିଟି ଉଷା ୪୦୦ ମିଟର ଦୌଡରେ ସଫଳତାରୁ ମାତ୍ର ଅଳ୍ପକେ ବର୍ତ୍ତିଥିଲେ । ଫଳରେ ସେ କାଂସ୍ୟ ପଦକରୁ ବଞ୍ଚିତ ଥିଲେ । ଗତକାଲି ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ଅନ୍ୟ ୧୪ ଜଣ ବ୍ୟକ୍ତି ମଧ୍ୟ ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।ସୁଚନାମୁତାବକ, ଭାରତୀୟ ଅଲମ୍ପିକ ସଂଘର ଜଣେ ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇଜଣ ଉପାଧ୍ୟକ୍ଷ, ଜଣେ କୋଷାଧକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି ।

 

Related posts

ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ଅଲମ୍ପିକ୍ ପାଇଁ କ୍ୱାଲିଫାଇ କଲେ ଅବିନାଶ

Odisha Sports Bureau

ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିବା ପରେ ଆଥଲେଟ୍ସ ଏମଡି ରେୟାନ ବାଶା ଏବଂ ଦୋଣ୍ଡପତି ଜୟରାମଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡା ମନ୍ତ୍ରୀ

ରାଷ୍ଟ୍ରିୟ ରେକର୍ଡ ସହିତ ସ୍ୱର୍ଣ୍ଣ ଜିତିଲେ ଜେରେମି

Odisha Sports Bureau