Cricket

ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ

ମୁମ୍ବାଇ : ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ ଗାଏକ୍ବାଡ୍ । ଗୋଟିଏ ଓଭରରେ ୭ ଛକା ସହ ମୋଟ ୪୩ ରନ କରି ଘରୋଇ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି । ୭ ଛକା ସହ ୪୩ ରନ ଗୋଟିଏ ଓଭରରେ କରିବା ସହ ସେ ଏହି ଦିନିକିଆ ମ୍ୟାଚରେ ସେ ନିଜର ଦ୍ବିଶତକ ପୂରଣ କରିଥିଲେ । ଏହି ମ୍ୟାଚରେ ୪୯ ଓଭରରେ ବୋଲିଂ କରୁଥିବା ଉତ୍ତରପ୍ରଦେଶର ଶିବା ସିଂଙ୍କ ବଲରେ ନିର୍ଦ୍ଧୁମ ପ୍ରହାର କରିଥିଲେ । ଯାହା ଫଳରେ ମହାରାଷ୍ଟ୍ର ୫୦ ଓଭରରେ ୩୩୦ ରନ କରିପାରିଥିଲା । ୪୯ ତମ ଓଭରରେ ଗାଏକ୍ବାଡ୍ ଲଗାତାର ଛକା ମାରୁଥିବାବେଳେ ୫ମ ବଲଟି ନୋ ବଲ ହୋଇଥିଲା । ସେଥିରେ ବି ସେ ଏକ ଛକା ମାରିଥିଲେ । ଗୋଟିଏ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରେ ଏତେ ରନ କରିବାରେ ସେ ବିଶ୍ବ ରେକର୍ଡର ସମକକ୍ଷ ହୋଇଛନ୍ତି ।

Related posts

ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ

Odisha Sports Bureau

ଖୁବ ଶୀଘ୍ର ଭାରତୀୟ କ୍ରିକେଟ ଦଳରେ ନଜର ଆସିବେ ଓଡ଼ିଆ ଖେଳାଳି

Odisha Sports Bureau

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଦଳ