Cricket

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀ 

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀଙ୍କ ନାମ ପ୍ରଥମରେ ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାର ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ ତାରିଖରେ ସମାପ୍ତ କରିଛି । ଏପଟେ ଖୁବଶୀଘ୍ର ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ସୂଚନା ଥାଉକି କିଛିଦିନ ତଳେ ବିସିସିଆଇ ତରଫରୁ ଚେତନ ଶର୍ମାଙ୍କ ନେତୃତ୍ୱରେ ଥିବା ଚୟନକର୍ତ୍ତା ଟିମକୁ ଛୁଟି କରିଦେଇଛନ୍ତି ।

ଏହାପରେ ବିସିସିଆଇ ତରଫରୁ ଭାରତୀୟ ଟିମର ଚୟନକର୍ତ୍ତା ପଦ ପାଇଁ ଆବେଦନ ମାଗିଥିଲେ । ଏହାପରେ ସଲିଲ ଓଙ୍କଲା, ସମୀର ଦୀଘେ ଓ ବିନୋଦ କାମ୍ବଲୀ ଏହି ପଦପାଇଁ ଆବେଦନ କରିଥିଲେ । ସେପଟେ ଅଜିତ ଅଗରକର ଏହି ପଦ ପାଇଁ ଆବେଦନ କରିଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

 

 

Related posts

T20 କ୍ରିକେଟ୍‌ରେ ଇତିହାସ ରଚିଛନ୍ତି ଚାଡ୍ ଲେକକ୍

Odisha Sports Bureau

ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ଦଳରେ ଯୋଗଦେଲେ ମହମ୍ମଦ ସିରାଜ

Odisha Sports Bureau

ହର୍ଷିତ ରାଣା ହେଲେ ଅଧିନାୟକ, ପ୍ରଥମ ଥର ପାଇଁ ପାଇଲେ ଏହି ଦାୟିତ୍ୱ

Odisha Sports Bureau