Cricket

ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ

ପର୍ଥ : ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ | ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପର୍ଥଠାରେ ଚାଲିଥିବା ଅଷ୍ଟ୍ରେଲିଆ-ଓ୍ବେଷ୍ଟ ଇଣ୍ଡିଜ୍ ଟେଷ୍ଟ ମ୍ୟାଚ ବେଳେ ରିକି ପଣ୍ଟିଂ କମେଣ୍ଟ୍ରି କରୁଥିଲେ । ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ଜଷ୍ଟିନ ଲାଙ୍ଗର ଓ ମାଥ୍ୟୁ ହେଡେନଙ୍କ ମିଶି ସେ ଚ୍ୟାନେଲ-୭ ପକ୍ଷରୁ ସେ କମେଣ୍ଟ୍ରି କରୁଥିଲେ । ତେବେ ମଧ୍ୟାହ୍ନ ଭୋଜନ ପରେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଏପର୍ଯ୍ୟନ୍ତ ହସପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ରିକି ପଣ୍ଟିଂ କେବଳ ଅଷ୍ଟ୍ରେଲିଆ ନୁହେଁ, ସମଗ୍ର ବିଶ୍ବ କ୍ରିକେଟରେ ଜଣେ ସର୍ବକାଳୀନ ମହାନ ଖେଳାଳି ଭାବେ ପରିଚିତ । ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିଶ୍ବ ବିଜୟୀ ହୋଇଥିଲା ଓ ଅପରାଜେୟ ରହିଥିଲା ।

Related posts

ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନେଲା ଭାରତ

Odisha Sports Bureau

ଟିମ ଇଣ୍ଡିଆ ପାଇଁ ୧୧୬ ରନ୍ ରହିଛି ବିଜୟ ଲକ୍ଷ୍ୟ

ହୋଟେଲ ନ ମିଳିଲେ ହସ୍ପିଟାଲରେ ରହିବୁ