Cricket

ଦୁଇଟି ନୂଆ ଦଳ ପାଇଁ ଅଧିନାୟକ ଘୋଷଣା କଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଏହାର ଦୁଇଟି ଟିମ୍ ମୁମ୍ବାଇ ଏମିରେଟ୍ସ ଏବଂ ମୁମ୍ବାଇ କେପଟାଉନ୍ ଦଳ ପାଇଁ ଅଧିନାୟକ ଘୋଷଣା କରିଛି । ୱଷ୍ଟେଇଣ୍ଡିଜ୍ କ୍ରିକେଟର କିରଣ ପୋଲାର୍ଡ ଏବଂ ଅଫାଗାନିସ୍ଥାନର ରସିଦ ଖାନ ମୁମ୍ବାଇ ଏମିରେଟ୍ସ ଏବଂ ମୁମ୍ବାଇ କେପଟାଉନ ପାଇଁ ଅଦିନାୟିକତ୍ୱ ଗ୍ରହଣ କରିବେ ।

ସୂଚନାମୁତାବକ, ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଦଳ ମୁମ୍ବାଇ ଏମିରେଟ୍ସ ଏବଂ ମୁମ୍ବାଇ କେପଟାଉନକୁ ଜାନୁଆରୀ ୨୦୨୩ରେ ୁଉଦ୍ଘାଟନୀ ହେବାକୁ ଯାଉଛି । ତେବେ ଏ ନେଇ ଶୁକ୍ରବାର ତଥା ୨ ଡିସେମ୍ବର ଦିନ ଏକ ସରାକାରୀ ବିବୃତ୍ତି ରେ ଦିଆଯାଇଛି ।ତେବେ ଉଭୟ ଦଳରେ ବିଶ୍ୱର ବଛା ବଛା ଖେଳାଳିମାନଙ୍କୁ ସ୍ଥାନ ଦିଆଯାଇଛି । ଯାହା ଦ୍ୱାରା ବିଶ୍ୱ କ୍ରିକେଟ ସ୍ତରରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସଫଳ ଫ୍ରାଞ୍ଚାଇଜ୍ ହୋଇପାରିଛି । ତେବେ କିରଣ ପୋଲାର୍ଡଙ୍କ ଦଳରେ ଡାୟେନ ବ୍ରାଭୋ, ନିକୋଲାସ୍ ପୁରାନ୍, ଟ୍ରେଣ୍ଟ ବୋଲ୍ଟ ଏବଂ ଇମ୍ରାନ ତାହରି ସମେତ ବିଶ୍ୱର ବଛା ବଛା ଖେଳାଳି ଦଳରେ ସାମିଲ ହେବାର ସୂଚନା ରହିଛି ।

ତେବେ ଉଭୟ ଦଳର ଅଧିନାୟକଙ୍କ ମଧ୍ୟରେ ପ୍ରତିଭା, ଅଭିଜ୍ଞତା ଭରି ରହିଛି । ଏହା ସହ ନୂଆ ଦୁଇଟି ଟିମ୍ ପାଇଁ କିରଣ ପୋଲାର୍ଡ ଏବଂ ରସିଦ ଖାନ୍ଙ୍କୁ କ୍ୟାପଟେନ୍ ଭାବେ ଘୋଷଣା କରାଯାଇଛି । ଏହା ସହ ସେମାନେ ଦ୍ରୁତ ଗତିରେ ଅଗ୍ରଗତି କରନ୍ତୁ ବୋଲି ଆକାଶ ଅମ୍ବାନୀ କହିଛନ୍ତି ।

ସୂଚନାଥାଉକି, ଗତ ୧୫ ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ସାତୋଟି ଟାଇଟଲ୍ ସହିତ ନମ୍ବର ୟୁନୋ ସ୍ଥିତିକୁ ବଜାୟୀ ରଖିବାରେ କ୍ରମାଗତ କ୍ରିକେଟ ଫ୍ରାଞ୍ଚାଇଜ୍ ଭାବରେ ଉଭା ହୋଇଛି । ଯେଉଁଥିରେ ଆଇପିଏଲ ରେକର୍ଡ ପାଞ୍ଚ ଟ୍ରଫି ଏବଂ ଦୁଇଟି ଚାମ୍ପିଆନ୍ସ ଲିଗ୍ ଟି-୨୦ ଟାଇଟଲ୍ ଅନ୍ତର୍ଭୁକ୍ତ ।

 

Related posts

ଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁ

Odisha Sports Bureau

ଆଜି ଭାରତ ଓ ଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ

Odisha Sports Bureau

ଭାରତକୁ ୨୭୭ ଟାର୍ଗେଟ , ଟସ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲା ଭାରତ

Odisha Sports Bureau