Cricket

ଆଇପିଏଲ ୨୦୨୩ ନିଲାମୀ: ୨ କୋଟିର ବେସ ପ୍ରାଇସରେ ଭାରତୀୟ ଖେଳାଳି ନାହାନ୍ତି

ନୂଆଦିଲ୍ଲୀ : ମିନି ନିଲାମ ପାଇଁ ସାରା ବିଶ୍ବର ୯୯୧ ଖେଳାଳି ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ଏହା ଭିତରୁ ୨୧ ଖେଳାଳିଙ୍କ ନିଜର ବେସ୍ ପ୍ରାଇସ୍ ୨କୋଟି ଟଙ୍କା ରଖିଛିନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ ୨୦୨୩ ନିଲାମର ୧୧୬ ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ୨୩ ଡିସେମ୍ବରରେ କୋଚିରେ ଅନୁଷ୍ଠିତ ହେବ। ସେହିଭଳି ଆଶ୍ଚର୍ୟ୍ୟର କଥା ହେଉଛି ୨ କୋଟିର ବେସ୍ ପ୍ରାଇସ୍ କୌଣସି ଭାରତୀୟ ଖେଳାଳି ନିଜର ନାଁ ଦାଖଲ କରିନାହାନ୍ତି। ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଯେତେବେଳେ ୨ କୋଟିର ବ୍ରାକେଟରେ କୌଣସି ଭାରତୀୟ କ୍ରିକେଟର ନାହାଁନ୍ତି । ଆଇପିଏଲ୍ ଆଇପିଏଲ୍ ୨୦୨୩ର ଆଗାମୀ ସିଜନ୍ ପାଇଁ ସେମାନଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଥିବା ୨୧ ଖେଳାଳି ସମସ୍ତେ ବିଦେଶୀ କ୍ରିକେଟର। ଏହି ତାଲିକାରେ ସାମ କୁରାନ୍, ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ, ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍, ପୂର୍ବତନ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଏବଂ ଓ୍ବେଷ୍ଟ ୱିଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରାନ୍।

Related posts

IPL 2026 ରେ ନିରାଶାଜନକ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିପାରନ୍ତି…

ଏହି ବ୍ୟାଟ୍ସମ୍ୟାନ୍ ଇତିହାସ ରଚିଲେ, ଦ୍ରୁତତମ ୧୨,୦୦୦ ଟି-୨୦ ରନ୍ ହାସଲ କଲେ

Odisha Sports Bureau

୫୬ ଟି ଟି -୨୦ ମ୍ୟାଚ ଖେଳି ଇତିହାସ କଲେ ସୁର୍ଯ୍ୟକୁମାର ଯାଦବ

Odisha Sports Bureau