Cricket

୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସାମ୍‌ କରନ୍‌

ନୂଆଦିଲ୍ଲୀ : ସବୁଠୁ ଦାମୀ ଖେଳାଳି ହୋଇଛନ୍ତି ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ । ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ୍‌ କରନ୍‌ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି।ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ସବୁ ରେକର୍ଡକୁ ପଛରେ ପକାଇ ଆଜିଠାରୁ କୋଚିରେ ଆରମ୍ଭ ହୋଇଛି ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନ ।ତେବେ ମୋଟ ୪୦୫ ଜଣ ଖେଳାଳୀଙ୍କ ମଧ୍ୟରୁ ୮୭ ଜଣ ଖେଳାଳୀଙ୍କୁ କିଣିବାକୁ ଆରମ୍ଭ ହୋଇଛି ଏହି ନିଲାମୀ ।ଟି-୨୦ ବିଶ୍ୱକପରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ସହ ସିରିଜ୍‌ ମଧ୍ୟ ମିଳିଥିଲା। ଇଂଲଣ୍ଡ ତାଙ୍କ ଦମରେ ବିଶ୍ୱକପ ଟ୍ରଫି ମଧ୍ୟ ଜିତିଥିଲା। ଏବେ ଏହି ପ୍ରଦର୍ଶନର ଲାଭ ତାଙ୍କୁ ଆଇପିଏଲର ମିନି ଅକ୍ସନରେ ମିଳିଛି। ସେହି ଦମ୍‌ଦାର ଫର୍ମ ପାଇଁ ତାଙ୍କ ଆଇପିଏଲରେ ଏତେ ଦାମରେ କିଣିଛି ପଞ୍ଜାବ। ୨୦୨୨ରେ ସେ ଆଇପିଏଲ ଖେଳି ନଥିବା ବେଳେ ଏବେ ପୁଣି ୧୮.୫୦ କୋଟି ଟଙ୍କାରେ ପଞ୍ଜାବ ତାଙ୍କୁ ଦଳକୁ ଫେରାଇ ଆଣିଛି। ସେ ପୂର୍ବରୁ ୨୦୨୦ ଅକ୍ସନରେ ଚେନ୍ନାଇ ତାଙ୍କୁ ୫.୫ କୋଟି ଟଙ୍କାରେ କିଣିଥିଲା। ୨ ବର୍ଷ କାଳ ସେ ଚେନ୍ନାଇ ପାଇଁ ଖେଳିଥିଲେ।

Related posts

ରାମ୍ଭିକଟାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର, ଭାରତ ୬୨୨/୭

Odisha Sports Bureau

ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau