Cricket

T20ରୁ ବାଦ ପଡି କିଛି ଏମିତି ପୋଷ୍ଟ କଲେ ଏହି କ୍ରିକେଟ ଖେଳାଳି

ନୂଆଦିଲ୍ଲୀ : ନୂଆ ବର୍ଷ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏକ ଦିବସୀୟ ସିରିଜ ଓ  ଟି-୨୦ | ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।ଆଉ ଟିମ୍ ଇଣ୍ଡିଆର ସିନିୟର ଓପନର୍ ଶିଖର ଧାୱନଙ୍କୁ ଟି-20 ଓ  ODI ଦଳରୁ ବାଦ ଦିଆଯାଇଛି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶିଖର ଧାୱନଙ୍କୁ ଖେଳୁ ଥିବାର ଦେଖିବାକୁ ମିଳିବ ନାହିଁ । ଦଳର ଘୋଷଣା ପରେ ଶିଖର ଧାୱନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପ୍ରେରଣାଦାୟକ ପୋଷ୍ଟ କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ରହିଛନ୍ତି |ସେପଟେ ଏହି କେହଲାରୁ ବଡ଼ ପଡ଼ିଥିବାରୁ ଶିଖର ଧାୱନ  ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଲେଖିଛନ୍ତି ଯେ, “କଥା ଜୟ ପରାଜୟର ନୁହେଁ । ଏହା ହୃଦୟର ହୋଇଥାଏ । କାମ କର ଓ ଅବଶିଷ୍ଟକୁ ଭଗବାନଙ୍କ ଉପରେ ଛାଡିଦିଅ ।”କିଛି ଏପରି କହିଛନ୍ତି ଶିଖର ଧାୱନ |

Related posts

ସଂର୍ଘସ କରୁଛନ୍ତି କ୍ରିକେଟର ଶ୍ରେୟସ, ପରବର୍ତ୍ତୀ ସ୍କାନ 2ମାସ ପରେ ……

Odisha Sports Bureau

ଓଡିଶା ସିନିୟର୍ ମହିଳା କ୍ରିକେଟ ଦଳରେ ଚାନ୍ଦବାଲି ମାଟିର ଝିଅ

Odisha Sports Bureau

ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାଜୟ ପରେ ରାଗିଗଲେ ରାହୁଲ, ହାର୍ ପାଇଁ କଲେ ଏହି ଖେଳାଳିଙ୍କୁ ଦାୟୀ …

Odisha Sports Bureau