ନୂଆଦିଲ୍ଲୀ : ନୂଆ ବର୍ଷ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏକ ଦିବସୀୟ ସିରିଜ ଓ ଟି-୨୦ | ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।ଆଉ ଟିମ୍ ଇଣ୍ଡିଆର ସିନିୟର ଓପନର୍ ଶିଖର ଧାୱନଙ୍କୁ ଟି-20 ଓ ODI ଦଳରୁ ବାଦ ଦିଆଯାଇଛି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶିଖର ଧାୱନଙ୍କୁ ଖେଳୁ ଥିବାର ଦେଖିବାକୁ ମିଳିବ ନାହିଁ । ଦଳର ଘୋଷଣା ପରେ ଶିଖର ଧାୱନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପ୍ରେରଣାଦାୟକ ପୋଷ୍ଟ କରିଛନ୍ତି ।
ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ରହିଛନ୍ତି |ସେପଟେ ଏହି କେହଲାରୁ ବଡ଼ ପଡ଼ିଥିବାରୁ ଶିଖର ଧାୱନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଲେଖିଛନ୍ତି ଯେ, “କଥା ଜୟ ପରାଜୟର ନୁହେଁ । ଏହା ହୃଦୟର ହୋଇଥାଏ । କାମ କର ଓ ଅବଶିଷ୍ଟକୁ ଭଗବାନଙ୍କ ଉପରେ ଛାଡିଦିଅ ।”କିଛି ଏପରି କହିଛନ୍ତି ଶିଖର ଧାୱନ |