Cricket

ଦିନିକିଆ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି ବ୍ୟାଟର ଷ୍ଟାର ଋଷଭ ପନ୍ତ

ଭୁବନେଶ୍ୱର: ଦିନିକିଆ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି ବ୍ୟାଟର ଷ୍ଟାର ରିଷଭ ପନ୍ତ । ଏହି ବାଦ ପଡିବାକୁ ନେଇ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ, ବାଂଲାଦେଶ ପରେ ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ବିରୋଧରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବାକୁ ଯାଉଛି । ତେବେ ବିସିସିଆଇ ଏନେଇ ଭାରତୀୟ ଦଳ ଘୋଷଣା କରିସାରିଛି । ଅନ୍ୟପକ୍ଷରେ  କିଛି ମାସ ପରେ ଦିନିକିଆ ବିଶ୍ୱକପ ଖେଳାଯିବ । ଫଳରେ ପନ୍ତଙ୍କୁ ନେଇ ଅନେକ କଥା ଉଠିଲାଣି । କୁହାଯାଉଛି କି ଟେଷ୍ଟ ଫର୍ମାଟରେ ରିଷଭ ପନ୍ତ ଆଉ ରହିଯିବେନି ତ? ବିଶ୍ୱକପ ଦଳରେ ତାଙ୍କୁ ସ୍ଥାନ ମିଳିବ ତ । ଏଭଳି ଆଲୋଚନା ହେଉଥିବା ବେଳେ ଏହା ମଧ୍ୟ କୁହାଯାଇ ପାରିବ ଯେ ଆଗକୁ କିଛି ବି ପରିବର୍ତ୍ତନ ହୋଇପାରେ । ଶ୍ରୀଲଙ୍କା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିରୋଧରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ । ତେଣୁ ଆଶା କରୁଯାଉଛି ଏହି ସିରିଜରେ ପନ୍ତ ଦଳକୁ ଫେରିପାରନ୍ତି ।

Related posts

ଭାରତର ଦମଦାର୍ ପ୍ରଦର୍ଶନ, ଜିମ୍ବାୱେ ସାମ୍ନାରେ ବଡ଼ ଲକ୍ଷ

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ ଜିତିଲା ଆରସିବି

Odisha Sports Bureau

IPL ମ୍ୟାଚ୍‌ରେ ଷ୍ଟାଡିୟମ୍‌ରୁ ୫୦ ରୁ ଅଧିକ ଲୋକଙ୍କ ମୋବାଇଲ୍‌ ଚୋରି

Odisha Sports Bureau