Football

ଆରପାରିରେ ଫୁଟବଲ ତାରକା ପେଲେ

ବ୍ରାଜିଲ : ଆଉନାହାନ୍ତି ଫୁଟବଲ ତାରକା ପେଲେ । ବ୍ରାଜିଲର କିମ୍ବଦନ୍ତି ଫୁଟବଲ ଖେଳାଳି ପେଲେ । ୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ । ମହାନ ଫୁଟବଲ ଖେଳାଳି ଦୁଇ ବର୍ଷ ଧରି କ୍ୟାନସରରେ ପୀଡ଼ିତ ଥିଲେ । ଗୁରୁବାର ଦିନ ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ ନକରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ।
ପେଲେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ତିନ ଥର ଫିଫା ବିଶ୍ୱକପ ଜିତିବାର ଗୌରବ ହାସଲ କରିଛନ୍ତି । ଗତ ବିଶ୍ୱକପ ମ୍ୟାଚ ବେଳେ ସେ ହସପିଟାଲ ବେଡରେ ଥାଇ ବ୍ରାଜିଲ ଟିମକୁ ଉତ୍ସାହିତ କରିଥିଲେ । ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡା ଜୀବନ ଆରମ୍ଭ କରିଥିଲେ । ୯୨ ମ୍ୟାଚରେ ୭୭ ଗୋଲ ଦେଇ ସର୍ବକାଳୀନ ଗୋଲ ସ୍କୋରର ହେବାର ଗୌରବ ଅର୍ଜନ କରିଥିଲେ । ୧୯୫୮, ୧୯୬୨ ଓ ୧୯୭୦ରେ ବ୍ରାଜିଲର ବିଜୟ ମୂଳରେ ସେ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା । ୧୯୫୮ ବିଶ୍ବକପ୍ରେ ସ୍ବିଡେନ୍ ବିପକ୍ଷ ଫାଇନାଲ୍ରେ ଦୁଇଟି ଗୋଲ୍ ଦେବା ସହ ମୋଟ ୬ ଗୋଲ୍ ସ୍କୋର କରିଥିଲେ। ୧୯୬୨ ବିଶ୍ବକପରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୭୦ ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ପ୍ରାରମ୍ଭିକ ଗୋଲରେ ବ୍ରାଜିଲ ୪-୧ରେ ଇଟାଲିକୁ ମାତ୍ ଦେଇଥିଲା। ପେଲେ ୧୯୪୦ ଅକ୍ବୋବର ୨୩ରେ ବ୍ରାଜିଲର ଟ୍ରେସ ଦୋ କୋରକୋସରେ ଜନ୍ମ ଗ୍ରହଣ କରିଥିଲେ ।

Related posts

ଓଡ଼ିଶା୧୭ମହିଳା ଫୁଟବଲ ଦଳ ହିମାଚଳପ୍ରଦେଶ କୁ ହରାଇ ବିଜୟୀ

Odisha Sports Bureau

କମ୍ ପାରିଶ୍ରମିକ ବିରୁଦ୍ଧରେ ମହିଳା ଫୁଟବଲ୍ ଟିମ୍ ଗୋଲ୍ ସ୍କୋରକୁ ୨୦ ପ୍ରତିଶତ କମ୍ ଲେଖିଲେ

Odisha Sports Bureau

ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ନେବେ ଅବସର

Odisha Sports Bureau