Football

କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଲା ଆଳି ଆଥଲେଟିକ ଆସୋସିଏସନ

କେନ୍ଦ୍ରାପଡ଼ା / ଅଶ୍ୱିନୀ କୁମାର ସାହୁ: ଫୁଟବଲର ଏନ୍ତୁଡ଼ି ଶାଳ ଭାବେ ସମଗ୍ର ଭାରତ ବର୍ଷରେ ପରିଚୟ ସୃଷ୍ଟି କରିଥିବା ଆଳି ଅଞ୍ଚଳରେ କ୍ରୀଡାର ବିକାଶ ନିମନ୍ତେ ଅଣ୍ଟା ଭିଡ଼ିଛି ଆଳି ଆଥଲେଟିକ ଆସୋସିଏସନ । ଏହି ଅବସରରେ ଆଳି ଆଥଲେଟିକ ଆସୋସିଏସନର ସଭାପତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ ଶର୍ମା ନିଜର ଅସୁସ୍ଥତା କାରଣରୁ ସଭାପତି ପଦରୁ ଇସ୍ତଫା ଦେଇ ଶକ୍ତି,ଶିଳ୍ପ ମନ୍ତ୍ରୀ ତଥା ଆଳିର ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ବୈଠକରେ ରାଜ୍ୟ ସରକାର ଯେଉଁଭଳି ଭାବେ କ୍ରୀଡାର ଭିତିଭୂମି ସଜାଡ଼ିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି ତାହା କିପରି ଭାବେ ଆଳି ବ୍ଲକରେ କ୍ରୀଡାର ବିକାଶ କ୍ଷେତ୍ରରେ କିପରି ପରିବର୍ତ୍ତନ ଆସିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ମିନି ଷ୍ଟାଡିୟମର ଏକ ନୁତନ ଗ୍ୟାଲେରୀ ନିର୍ମାଣ ନିମନ୍ତେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଶୁଭ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ, ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତିଙ୍କ ସମେତ ଆଳି ଆଥଲେଟିକ ଆସୋସିଏସନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Related posts

୨୩.୫୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ଷ୍ଟାର ଫୁଟବଲର ପେଲେଙ୍କ ଜର୍ସୀ

Odisha Sports Bureau

କୋଚ୍ ଗେର୍ରାଡ ହାଲେରଙ୍କ ଦେହାନ୍ତ

Odisha Sports Bureau

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

Odisha Sports Bureau