Cricket

୨ୟ ଦିନିକିଆ ମ୍ୟାଚରେ ବିଜୟ ହାସଲ ଲକ୍ଷ୍ୟରେ ଭାରତ

କୋଲକତା : ଚଳିତବର୍ଷ ଦିନିକିଆ ବିଶ୍ବକପ୍ ଭାରତରେ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ବିଜୟର ଲକ୍ଷ୍ୟ ରଖିଥିବା ବେଳେ ଭାରତ ମଧ୍ୟ ତାର ଦୃଢବଳ ଜାରି ରଖିଛି । ଗତ ମଙ୍ଗଳବାର ହୋଇଥିବା ଦିନିକିଆରେ ଜିତି ଭାରତ ୩ ମ୍ୟାଚର ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଗୁରୁବାର ଇଡେନ୍ ଗାର୍ଡେନସରେ ଏହି ୨ୟ ଦିନିକିୟା ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ବିଶ୍ବର ସର୍ବଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶତକ ମାରିଛନ୍ତି। ୨୦୨୨ ବର୍ଷରେ ଗୋଟିଏ ମଧ୍ୟ ଦିନିକିଆ ଶତକ ମାରିନଥିବା ରୋହିତ ଶର୍ମା ଏହି ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକ ମାରିଛନ୍ତି। ଶିଖର ଧାୱନଙ୍କ ପରେ ଭାରତ ଜଣେ ଦୃଢ଼ ଦିନିକିଆ ଓପ୍ନର ଖୋଜୁଥିବା ବେଳେ ଆକ୍ରମଣାତ୍ମକ ଅର୍ଦ୍ଧଶତକ ମାରି ଶୁବ୍ମାନ ଗିଲ୍ ଏହି ଅଭାବ ପୂରଣ କରିବାର ସୂଚନା ଦେଇଛନ୍ତି। ଦୁଇ ନୂଆ ବଲ୍ ବୋଲର ମହମ୍ମଦ ସାମି ଓ ମହମ୍ମଦ ସିରାଜ୍ ଭଲ ବୋଲିଂ କରିଥିବା ବେଳେଉମ୍ରାନ୍ ମାଲିକ୍ ତାଙ୍କ ଗତି ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତେଣୁ ଗୁରୁବାର ଖେଳାଯିବାକୁ ଥିବା ୨ୟ ଦିନିକିଆ ଜିତିବା ସହ ଶୃଙ୍ଖଳା ଜିତିବା ଲାଗି ଭାରତ ଫେଭରିଟ୍। ଭାରତୀୟ ଦଳରେ ସେପରି ଦକ୍ଷତାର କ୍ରିକେଟର ଅଛନ୍ତି;ଶ୍ରୀଲଙ୍କା ଦଳରେ ସେପରି ନାହାନ୍ତି। ବିଶେଷକରି ଶ୍ରୀଲଙ୍କାର ବୋଲିଂ ଅତ୍ୟନ୍ତ ଦୁର୍ବଳ ପ୍ରମାଣିତ ହୋଇଛି। ପୁଣି ଶ୍ରୀଲଙ୍କାର ଉପର ଅର୍ଡର ବିଫଳ ହେବା ଦଳକୁ ଚିନ୍ତାରେ ପକାଇଛି। ଦାସୁନ୍ ଶନକ ଦର୍ଶନୀୟ ଓ ବିସ୍ଫୋରକ ଶତକ ମାରିବା ଶ୍ରୀଲଙ୍କା ପାଇଁ ଏକ ସାନ୍ତ୍ବନା। ତେଣୁ ୨ୟ ମ୍ୟାଚ୍ରେ ଶନକ ଗୋଟିଏ/୨ଟି ସ୍ଥାନ ଉପରେ ବ୍ୟାଟିଂ କରିପାରନ୍ତି। ପ୍ରଥମତଃ ଶ୍ରୀଲଙ୍କାକୁ ତା’ର ବ୍ୟାଟିଂକୁ ସଜାଡ଼ିବାକୁ ପଡ଼ିବ। ୨୦୧୪ରେ ଶେଷଥର ଏହି ଦୁଇ ଦଳ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳା ଯାଇଥିବା ଦିନିକିଆରେ ରୋହିତ ଶର୍ମା ବିଶ୍ବରେକର୍ଡ ୨୬୪ ରନ୍ କରିଥିଲେ। ପ୍ରଥମ ମ୍ୟାଚ ଶ୍ରେୟାସ ଆୟର ସଂକ୍ଷିପ୍ତ ତଥା ପ୍ରଭାବଶାଳୀ ଇନିଂସ ଖେଳିଥିଲେ। ତେଣୁ ଖେଳିବା ପାଇଁ ଏବେ ସୂର୍ୟ୍ୟକୁମାର ଯାଦବଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ।

Related posts

ସଞ୍ଜୁ ସାମସନ ଏକ ଅବିସ୍ମରଣୀୟ ଉପହାର ପାଇବାକୁ ଯାଉଛନ୍ତି, ସାରା ବିଶ୍ୱ ସମ୍ମୁଖରେ ତାଙ୍କ ପତ୍ନୀଙ୍କ ବିଷୟରେ ଏହା କହିଛନ୍ତି

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

Odisha Sports Bureau

ଅନ୍ତିମ ଦିନିକିଆ, ସିରିଜ ଲକ୍ଷ୍ୟରେ ଉଭୟ ଦଳ

Odisha Sports Bureau