Cricket

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ

କୋଲକାତା: ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରୋହିତ ବାହିନୀ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ ।  ଗତ ସେ‌ପ୍ଟେମ୍ବରରେ ଆଫ୍‌ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ରେ ୩ ବର୍ଷର ଶତକ ମରୁଡ଼ି ଅବସାନ ଘଟାଇଥିବା ବିରାଟ କୋହଲି ବିଶେଷ କରି ଧଳା ବଲ୍‌ କ୍ରିକେଟ୍‌ରେ ଆଉ ପଛକୁ ଚାହିନାହାନ୍ତି । ସେ ଗୁଆହାଟୀରେ ନିଜର ୭୩ତମ ଅନ୍ତର୍ଜାତୀୟ ଶତକ ହା‌ସଲ କରିବା ସହ ଭାରତର ୬୭ ରନ୍‌ର ବିଜୟରେ ବଡ଼ ଭୁମିକା ନିଭାଇଥିଲେ ।ଲଗାତାର ମ୍ୟାଚ୍ ଜିତି ଦଳର ମନୋବଳ ଦୃଢ ଥିବାରୁ ଆଜି ମଧ୍ୟ ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ସେପଟେ ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆରେ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ ଶ୍ରୀଲଙ୍କା  ।

Related posts

ଭାରତୀୟ ବୋଲରଙ୍କ ଦମଦାର ବୋଲିଙ୍ଗ : ୯ ମ୍ୟାଚରେ ୯୦ ୱିକେଟରୁ ୮୬ ୱିକେଟ ନେଇଛନ୍ତି

Odisha Sports Bureau

IPL ଖେଳିବେ ପାକିସ୍ତାନୀ ଖେଳାଳି!

ଟେଷ୍ଟ ସିରିଜରୁ ନାଁ ଫେରାଇଲେ ଇଶାନ କିଶାନ : ବ୍ୟକ୍ତିଗତ କାରଣୁ ନିଷ୍ପତ୍ତି

Odisha Sports Bureau