Cricket

ଖୁବ ଶୀଘ୍ର ବାଜିବ ରାହୁଲ-ଆଥିୟାଙ୍କ ଯୋଡି ମହୁରୀ

ନୂଆଦିଲ୍ଲୀ : ଆସିଗଲାଣି ବିବାହ ଋତୁ । ଏବେ ଚାରିଆଡେ ବାଜିବ ଯୋଡି ମହୁରୀ । ତେବେ ଏହି ବିବାହ ଋତୁରେ ଅନେକ ତାରକା ଯୋଡି ବାହା ହେବାକୁ ପ୍ରସ୍ତୁତ ହେଲେଣି । ସେମାନଙ୍କ ମଦ୍ୟରୁ ପ୍ରଥମେ ରାହୁଲ-ଆଥିୟାଙ୍କ ନାଁ ଶୁଣିବାକୁ ମିଳୁଛି । ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ.ରାହୁଲ ଓ ସୁନିଲ ସେଠୀଙ୍କ କନ୍ୟା ଆଥିୟା ସେଠୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁଇଜଣଙ୍କ ଫଟୋ ଏକାଠି ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଦୁହେଁ ପ୍ରେମ ବିବାହ କରିଥିବା ଚର୍ଚ୍ଚା ମଧ୍ୟ ହୋଇଛି ।
ଅଥିୟା ଓ ରାହୁଲଙ୍କ ବିବାହ ଖବର ଉପରେ ମୋହର ଲାଗିଛି । ଗଣମାଧ୍ୟମ ସୂଚନା ମୁତାବକ, ଜାନୁଆରୀ ୨୩ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୂଚନା ମୁତାବକ, ଦୁହିଁଙ୍କ ବିବାହ ଖଣ୍ଡାଲାର ବଙ୍ଗଳାରେ ହେବ । ଏଥିରେ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ କଳା ଜଗତର ପପୁଲାର ସେଲିବ୍ରିଟି ମଧ୍ୟ ଯୋଗ ଦେବେ ।

Related posts

ମ୍ୟାଚ ପୂର୍ବରୁ ଭାଙ୍ଗିଲା ଛାତ

ତୃତୀୟ ଦିନରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍

Odisha Sports Bureau

ବିଶ୍ୱ ଟେଷ୍ଟ ଚାମ୍ପିଅନ ଅଷ୍ଟ୍ରେଲିଆ