Hockey

ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା

ଓଡିଶା : ଆରମ୍ଭ ହେଲା ହକି ବିଶ୍ୱକପ । ଚଳିତ ହକି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି । ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଏହି ମ୍ୟାଚ୍ । ୧-୦ରେ ଆର୍ଜେଣ୍ଟିନା ଆଗୁଆ । ତେବେ ଏହି ମ୍ୟାଚ ପରେ ଅପରାହ୍ମ ୩ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ । ସେହିପରି ସଂଧ୍ୟା ୫ଟାରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ଓ୍ୱେଲସ ଏବଂ ସନ୍ଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ୍ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପୁଲ୍ ପର୍ୟ୍ୟାୟରେ ଭାରତ ବିଜୟରୁ ଅଭିଯାନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ପୁଲ୍ ଡି’ରେ ଥିବାବେଳେ ଏହି ପୁଲରେ ସ୍ପେନ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ଅଛନ୍ତି ।

Related posts

ହକି ପୁରୁଷ ବିଶ୍ଵକପ ପାଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଉଦଯାପିତ

Odisha Sports Bureau

ମେଜର ଧ୍ୟାନଚାନ୍ଦଙ୍କୁ ହକିର ‘ଯାଦୁକର’

Odisha Sports Bureau

ପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦ

Odisha Sports Bureau