Hockey

ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା

ଓଡିଶା : ଆରମ୍ଭ ହେଲା ହକି ବିଶ୍ୱକପ । ଚଳିତ ହକି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି । ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଏହି ମ୍ୟାଚ୍ । ୧-୦ରେ ଆର୍ଜେଣ୍ଟିନା ଆଗୁଆ । ତେବେ ଏହି ମ୍ୟାଚ ପରେ ଅପରାହ୍ମ ୩ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ । ସେହିପରି ସଂଧ୍ୟା ୫ଟାରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ଓ୍ୱେଲସ ଏବଂ ସନ୍ଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ୍ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପୁଲ୍ ପର୍ୟ୍ୟାୟରେ ଭାରତ ବିଜୟରୁ ଅଭିଯାନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ପୁଲ୍ ଡି’ରେ ଥିବାବେଳେ ଏହି ପୁଲରେ ସ୍ପେନ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ଅଛନ୍ତି ।

Related posts

ସଫଳତା ଶ୍ରେଷ୍ଠରେ ଦୁଇ ନାୟକ…

Odisha Sports Bureau

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau

ଜାତୀୟ କନିଷ୍ଠ ପୁରୁଷ ହକି ପାଇଁ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ

Odisha Sports Bureau