Hockey

ପୁରୁଷ ହକି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର : କଳିଙ୍ଗରେ ଭାରତର ବିଜୟ | ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ । ଏଫଆଇଏଚ ହକି ବିଶ୍ୱକପ୍-୨୦୨୩ରେ ଭାରତର ଏହା ଦ୍ୱିତୀୟ ବିଜୟ ଅଟେ । ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥଇବା ବେଳେ ଗେଟିଏ ମ୍ୟାଚ ଡ୍ର ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ସିଧାସଳଖ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିବା ବେଳେ ଭାରତକୁ କ୍ୱାଟର ଫାଇନାଲକୁ ଯିବା ପାଇଁ ଆଉ ଏକ ମ୍ୟାଚ୍ ଖେଳିବାକୁ ହେବ ।
କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆ ତରଫରୁ ଶାମଶେର୍‌ ସିଂହ ପ୍ରଥମ ଗୋଲ୍‌ ଦେଇଥିଲେ। ସେ ୨୧ ମିନିଟରେ ପେନାଲ୍ଟି ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରେ ଆକାଶଦୀପ ସିଂହ ଅନ୍ୟ ଏକ ଗୋଲ ଦେଇ ଭାରତକୁ ୨-୦‌ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ।
ଆକାଶଦୀପ ମ୍ୟାଚ୍‌ର ୩୨ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ପ୍ରଥମ ୨ଟି କ୍ବାର୍ଟରେ ୱେଲ୍‌ସ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସକ୍ରିୟ ଦେଖାଯାଇଥିଲେ। ୱେଲ୍‌ସ ତରଫରୁ ୪୨ ମିନିଟ୍‌ରେ ଫୁରଲଙ୍ଗ୍‌ ଗ୍ରେଥ୍‌ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେହିପରି ଦଳର ଡ୍ରାପେର ଜାକୋବ୍‌ ୪୪ମିନିଟରେ ଅନ୍ୟ ଏକ ଗୋଲ୍‌ ଦେଇ ନିଜ ଦଳକୁ ଭାରତର ସମକକ୍ଷ କରିଥିଲେ। ଖେଳର ୪୫ ମିନିଟରେ ଆକାଶଦୀପ ନିଜର ଦ୍ବିତୀୟ ଗୋଲ୍‌ ଦେଇ ଟିମ୍‌ ଇଣ୍ଡିଆକୁ ୩-୨ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୫୯ ମିନିଟରେ ଅନ୍ୟ ଏକ ଗୋଲ ଦେଇଥିଲେ।
ଭାରତ ପୁଲ-ଡି ରେ ତିନି ମ୍ୟାଚରୁ ୭ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ଦଳ ୭ ଅଙ୍କ ସହ ଶୀର୍ଷରେ ରହିଛି । ଉଭୟ ଟିମ୍ ପାଖରେ ଅଙ୍କ ବରାବର ଥିଲେ ସୁଦ୍ଧା କମ୍ ଗୋଲ୍ ଅନ୍ତର କାରଣରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିବା ସହ ଇଂଲଣ୍ଡ କ୍ୱାଟରଫାଇନାଲକୁ ପ୍ରବେଶ କରିଛି । ଭାରତକୁ ଏବେ ଗ୍ରୁପ-ସିର ତୃତୀୟ ସ୍ଥାନରେ ରହିଥିବା ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସଓଭର ମ୍ୟାଚ୍ ଖେଳିବାକୁ ହେବ । ଏହି ମ୍ୟାଚ୍ ଜିତିଲେ ଭାରତ କ୍ୱାଟରଫାଇନାଲ ଖେଳିବ ।

Related posts

୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍

Odisha Sports Bureau

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

Odisha Sports Bureau

ପୁରୁଷ ହକି ବିଶ୍ୱ କପରେ ଆଜି ଦୁଇଟି ଶେଷ କ୍ରସ ଓଭର ମ୍ୟାଚ୍

Odisha Sports Bureau