Cricket

ଇଏଲୋ ଷ୍ଟାର କ୍ଲବ ଆନୁକୁଲ୍ୟରେ କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ

ବସ୍ତା :ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଠାରେ ଇଏଲୋ ଷ୍ଟାର କ୍ଲବ ବେଗୁନିଆ ଆନୁକୁଲ୍ୟରେ କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ଆଠଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିବା ବେଳେ, ଫାଇନାଲ ମ୍ୟାଚରେ ଚିରାଗ ଇଲେଭେନ୍ ମଧୁପୁରା କ୍ରିକେଟ ଟିମ୍ ସହିତ ମାନସ ଇଲେଭେନ୍ ବାଲିଆପାଲ କ୍ରିକେଟ ଟିମର କଡ଼ା ମୁକାବିଲା ହୋଇଥିଲା । ତେବେ କଠିନ ପରିଶ୍ରମ ସାଙ୍ଗକୁ କଡାକଡି ଫିଲ୍ଡିଂ ଓ ବୋଲିଂର ପାରିଦର୍ଶିତା ଦେଖାଇ ଚିରାଗ ଇଲେଭେନ୍ ମଧୁପୁରା କ୍ରିକେଟ ଟିମ୍ ବାଜିମାତ କରି ବିଜୟର ଶ୍ରେୟ ହାସଲ କରିଥିଲା। ଏହି କ୍ରିକେଟ ଟୁର୍ଣାମେଣ୍ଟ ଗତ ୧୪ ତାରିଖ ରୁ ଆରମ୍ଭ ହୋଇଥିଲା ।

ଉଦ୍ଘାଟନୀ ଉତ୍ସବରେ ପାଉଁଶକୁଲି ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଶିଶିର ସେନାପତି ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ, ଉଦଯାପନୀ ଉତ୍ସବରେ ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସମାଜସେବୀ ଲକ୍ଷ୍ମୀଧର ଦାସ, କନିସ୍କ ବୋଧିସତ୍ୱ ଦାସ, ପାଉଁଶକୁଲି ସରପଞ୍ଚ ବିନ୍ଦୁବାଳା ସେନାପତି, ସମାଜସେବୀ ଶିଶିର ସେନାପତି, କାର୍ତ୍ତିକ ଚନ୍ଦ୍ର ପାତ୍ର, ପ୍ରଶାନ୍ତ ମହାନ୍ତି, ଧ୍ରୁବଚରଣ ନାୟକ, ରାମ ଚନ୍ଦ୍ର ବେସ୍ରା, ରବି ନାରାୟଣ ମହାନ୍ତି, ଶିକ୍ଷାବିତ୍ ଇନ୍ଦୁମାଧବ ମହାନ୍ତି, ନରହରି ସାହୁ,ନାରାୟଣ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ହୋଇ ଖେଳର ଆବଶ୍ୟକତା ଓ ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିବା ସହିତ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ଏଥି ସହିତ ଅତିଥିଙ୍କ ଦ୍ଵାରା ଉଇନର ଟିମକୁ ଉଇନର ଟ୍ରଫି ଓ ରନର୍ସ ଟିମ୍ କୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଇଏଲୋ ଷ୍ଟାର କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସାହାଯ୍ୟ ସହଯୋଗ କରିଥିବା ବେଳେ, କ୍ଲବର ସଭାପତି ତଥା ଉଦ୍ୟକ୍ତା ପୂର୍ଣ୍ଣଚନ୍ଦ୍ର ସାହୁ ସଭିଙ୍କୁ ସାଧୁବାଦ ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related posts

ବାରବାଟୀରେ କ୍ରିକେଟ ମ୍ୟାଚ୍ : ୫ ଓ ୬ରେ ଟିକେଟ ବିକ୍ରି

Odisha Sports Bureau

କ’ଣ ବୈଭବ ସୂର୍ଯ୍ୟବଂଶୀ ୨୧ ବର୍ଷ ବୟସରେ ଅବସର ନେବେ? ଜଣେ ଇଂରେଜ ପ୍ରବୀଣଙ୍କ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ।

ଝିଅ ସହ କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ କେନ୍ ୱିଲିୟମସନ