Cricket

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

ନୂଆଦିଲ୍ଲୀ:- ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି ଏକ ସ୍ବତନ୍ତ୍ର ଉତ୍ସବରେ ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍‌କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି। ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ। ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହା, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ, ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଆଇସିସିର ସିଇଓ ସଂଯୋଗ ଗୁପ୍ତା, ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ ଏବଂ ବର୍ତ୍ତମାନ ଭାରତୀୟ ଦଳର ୩ ବରିଷ୍ଠ ସଦସ୍ୟା ଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା ଓ ଜେମିମା ରଡ୍ରିଗ୍ବେଜ୍‌ ଉପସ୍ଥିତ ଥିଲେ।

ଏହି ବିଶ୍ବକପ୍‌ରେ ୮ଟି ଦଳ ଖେଳିବେ। ରାଉଣ୍ଡ ରବିନ୍ ଲିଗ୍‌ ପରେ ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ। ଏହା ମହିଳା ଦିନିକିଆ ବିଶ୍ବକପ୍‌ର ୧୩ଶ ସଂସ୍କରଣ। ଭାରତ ୪ର୍ଥ ଥର ଏହି ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଛି। ଭାରତୀୟ ମହିଳା ଟିମ ଆଜି ପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତିପାରି ନାହାନ୍ତି। ୨୦୧୭ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଇଂଲଣ୍ଡଠାରୁ ହାରି ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା। ଭାରତ ସେପ୍ଟମ୍ବର ୩୦ରେ ବେଙ୍ଗାଲୁରରେ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହା ପରେ ଅକ୍ଟୋବର ୫ରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ କଲମ୍ବେରେ ଭେଟିବ। ୨୬ରେ ବେଙ୍ଗାଲୁରରେ ଟିମ ଇଣ୍ଡିଆ ବାଂଲାଦେଶକୁ ଭେଟିବ।

Related posts

ଆଜି ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଅନ୍ତିମ ମ୍ୟାଚ୍

Odisha Sports Bureau

ସୁପର ଓଭରରେ ଭାରତର ସୁପର ବିଜୟ

Odisha Sports Bureau

ଫେରିଲେ ଜାଡେଜା, ବାଦ ପଡିଲେ ପୁଜାରା ଓ ରାହାଣେ

Odisha Sports Bureau