Javelin Throw

କଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରା

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- କଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରା । ଭାରତ ପ୍ରଥମଥର ଲାଗି ଇଣ୍ଡିଆ ଓପନ୍ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ଅୟୋଜନ କରିବାକୁ ଯାଉଥିବା ବେଳେ ଏହା କଳିଙ୍ଗ ଷ୍ଟାଡିୟମରେ ହେବ ।

ସେପଟେ ଏନେଇ ଭାରତ ସହ ୧୭ ଦେଶ ଖେଳାଳୀ ମାନେ ଭୁବନେଶ୍ୱରରେ ପହଞ୍ଚିସାରିଲେଣି । ଓଡିଶା ସରକାର ଏହି ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଥିବାରୁ ରାଜ୍ୟବାସୀ ମଧ୍ୟ ବହୁଦିନ ପରେ ଏକ ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରତିଯୋଗିତା ଦେଖିବାର ସୁଯୋଗ ପାଇଛନ୍ତି । ସରକାର ମଧ୍ୟ ପ୍ରବେଶ ପାଇଁ କୌଣସି ଅର୍ଥ ଦେବାକୁ ପଡିବନି ବୋଲି ଘୋଷଣା କରିଛନ୍ତ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେନି ଅଲିମ୍ପିକ୍ସ ବିଜେତା ଜାଭଲିନ୍ ପିଙ୍ଗାଳି ନୀରଜ ଚୋପ୍ରା ।କିନ୍ତୁ ସମସ୍ତଙ୍କୁ ଜଣାଇଛନ୍ତି ନିଜର ଶୁଭେଚ୍ଛା ବାର୍ତ୍ତା ଏବଂ ଦର୍ଶକ ମାନଙ୍କୁ ଷ୍ଟାଡିୟମ ଆସି ଖେଳ ଦେଖିବାକୁ ନିବେଦନ କରିଛନ୍ତି ।

 ଖାଲି ସେତିକି ନୁହେଁ ଭାରତ ସରକାର ଏବଂ ଓଡିଶା ସରକାର ଓ ସର୍ବଭାରତୀୟ ଦୌଡକୁଦ ମହାସଂଘକୁ ଧନ୍ୟବାଦ ଜଣାଇଛନ୍ତି ନୀରଜ ଚୋପ୍ରା । କଳିଙ୍ଗ ଷ୍ଟାଡିୟମ୍‌ ପୂର୍ବରୁ ୨୦୧୭ ମସିହାରେ ଏସିଆନ୍ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିସାରିଛି।

Related posts

ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରାଙ୍କୁ ଅତିକ୍ରମ କରିଲେ ଶ୍ରୀଲଙ୍କାର ଯୁବ ଆଥଲେଟ୍

ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଥିଲା, ‘ଗୋଲ୍ଡେନ ବୟ’ ନୀରଜ ଚୋପ୍ରା ଆହତ

Odisha Sports Bureau

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା